Pratidin TV

Odisha's Digital News Platform

ହାତ ଧରିଲେ ଅଭିନେତା ମନୋଜ ମିଶ୍ର , କହିଲେ ନେତା ପାଇଁ ନୁହେଁ, ଲୋକଙ୍କ ସେବା କରିବାକୁ ଆସିଛି ….

ଅଭିନେତାରୁ ସିଧା ରାଜନେତା । ତାଙ୍କ ଅଭିନୟ ଏତେ ଜୀବନ୍ତ ଯେ କେତେବେଳେ ତାଙ୍କୁ ମିଳିଛି ଗାଳି ପୁଣି କେତେବେଳେ । ଓଡିଶାରେ ଘରେ ଘରେ ତାଙ୍କ ଅଭିନୟ ମାଧ୍ୟମରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଏବେ ପାଲଟିବେ ରାଜନେତା । ସିଏ ଆଉ କେହି ନୁହନ୍ତି ସିଏ ହେଉଚନ୍ତି ଅବିନେତା ମନୋଜ ମିଶ୍ର ।

ମନୋଜ ମିଶ୍ର ହାତ ଧରିଲେ । କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଅଭିନେତା । ପିସିସି ସଭାପତି, ଶରତ ପଟ୍ଟନାୟକ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ହାତ ଧରିବା ପରେ ମନୋଜ କହିଛନ୍ତି ନେତା ହେବା ପାଇଁ ଆସିନାହିଁ, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । କଂଗ୍ରେସରେ ସାମିଲ ହୋଇ ଲୋକଙ୍କ ପାଇଁ ସ୍ୱର ଉଠାଇବେ ବୋଲି କହିଛନ୍ତି ମନୋଜ । ନିର୍ବାଚନ ଲଢିବେ କି ନାହିଁ ତାହା ଦଳ ନିଷ୍ପତ୍ତି ନେବ ବୋଲି ମନୋଜ କହିଛନ୍ତି ।

ତେବେ ନିର୍ବାଚନ ପୂର୍ବରୁ ମନୋଜ କଂଗ୍ରେସ ଏଣ୍ଟ୍ରି କରିବା ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଏକ ଶୁଭ ଶଙ୍କେତ । ଓଲିଉଡର ଆଗଧାଡ଼ିର ଚର୍ଚ୍ଚିତ ଖଳନାୟକ ହେଉଛନ୍ତି ମନୋଜ ମିଶ୍ର । ନିଜର ର ଅଭିନୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।ହେଲେ ଗତ କିଛି ମାସ ହେବ ଓଡିଆ ଇଣ୍ଡଷ୍ଟ୍ରିରେ ମନୋଜଙ୍କୁ ନେଇ ବିବାଦ ଲାଗି ରହିଥିଲା । ତାଙ୍କୁ ଓଲିଉଡରେ କଳି ଲାଗିଥିଲା । ଯାହାକୁ ଦେଖି ଲାଗୁଥିଲା ଓଡିଆ ଇଣ୍ଡଷ୍ଟ୍ରି ଦୁଇଭାଗ ହୋଇଯିବ ।

Leave a Reply

Your email address will not be published. Required fields are marked *