Pratidin TV

Odisha's Digital News Platform

ଅଭିଯୋଗ ପରେ ମୁଁହ ଖୋଲିଲେ ମନୋଜ ମିଶ୍ର ,କହିଲେ ତମେ ଯାହା କରୁଛ କର ମୁଁ କହିବି’..

1 min read

ପଦାରେ ପଡିଲେ ଓଲିଉଡ଼ କଳି ।ଏତଲା ପରେ ମୁଁହ ଖୋଲିଲେ ଅଭିନେତା ମନୋଜ ମିଶ୍ର। ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା ଦିଆଯିବା ପରେ ଆଜି ପ୍ରେସମିଟ୍‌ କରି ବର୍ଷିଲେ ମନୋଜ ମିଶ୍ର।କହିଲେ ସିନେମା ମୋ ବୋପାର ନୁହେଁ, ମୁଁ ସିନେମା ଛାଡିଦେବାକୁ ରାଜି ଅଛି।ତମେ ଯାହା କରୁଛ କର ମୁଁ କହିବି। ଏହାସହିତ ଅଭିନେତା ମନୋଜ ମିଶ୍ର କହିଛନ୍ତି, ମୁଁ କୌଣସି ଭିଡିଓ ସିନେମା ରିଲିଜ ଦିନ କରିନି। ଭଲ ସିନେମାକୁ ପ୍ରଶଂସା ଓ ଖରାପ ସିନେମାକୁ ନିନ୍ଦା କରେ। ବର୍ତ୍ତମାନ ଆମ ପାଖରେ ଖୁବ୍ କମ ଭଲ ନିର୍ଦେଶକ ଅଛନ୍ତି। କର୍ମ ଓ ଦମନ ପରି ଭଲ ଫିଲ୍ମ ହେଉ, ନହେଲେ ନହେଉ।

ଫିଲ୍ମ ମାନେ ଗୋଟେ ବିଜନେସ୍। ବିଜନେସ୍ ରୁଲ ଭାବେ ଏହା ଗ୍ରୋ କରିବା କଥା। କିନ୍ତୁ ଅବସୋସ୍ ଏହା ତଳକୁ ଯାଉଛି ପଛେ ଆଗକୁ ଯାଉନି। ମୁଁ ୧୦ ବର୍ଷ ତଳେ ଫିଲ୍ମ ପାଇଁ ଯେତିକି ଟଙ୍କା ପାଉଥିଲି ୧୦ ବର୍ଷ ପରେ ତା’ଠାରୁ କମ୍ ପାଉଣା ପାଉଛନ୍ତି।

Advertisement

ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢୁନି। ସେଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ। ଏବେକା ସମୟରେ ଯଦି ୟୁଥ୍ ଗ୍ରୁପକୁ ନେଇ କାମ କରିବାକୁ ହେଲେ ସେମାନଙ୍କ ସହ ଅପଡେଟ୍ ହେବାକୁ ପଡିବ। ଯଦି ପ୍ରଡ୍ୟୁସର, ଡାଇରେକ୍ଟର ଚାହୁଁଛନ୍ତି ଓଡିଆ ଫିଲ୍ମକୁ ଲୋକେ ଫିଲ୍ମ ହଲରେ ଦେଖନ୍ତୁ ତାହେଲେ ସେମାନଙ୍କୁ ଟେକ୍ନିକାଲି ସାଉଣ୍ଡ ହେବାକୁ ପଡିବ।

ସୂଚନା ଅନୁସାରେ, ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ’ଣ ଜାଣିନାହାଁନ୍ତି ବୋଲି ସୋଶାଲ ମିଡ଼ିଆରେ ମନୋଜ ମିଶ୍ର ବାରମ୍ବାର ମନ୍ତବ୍ୟ ଦେଉଛନ୍ତି। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍‌ଙ୍କ ଭଳି ଅନେକ ନିର୍ଦ୍ଦେଶକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *