Pratidin TV

Odisha's Digital News Platform

(ଭିଡିଓ)ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ ,ଅତ୍ୟାଧୁନିକ ଚିକିତ୍ସାଦ୍ୱାରା ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ..

1 min read

ଭୁବନେଶ୍ୱର : ଆଜି ଅତ୍ୟାଧୁନିକ ଚିକିତ୍ସା ପାଇଁ ପିଣ୍‌ଟୁଙ୍କୁ ଦିଲ୍ଲୀ ନିଆଯାଇଛି । ସେଠାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନସେସ(ILBS) ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଲିଭର ଟ୍ରାନ୍ସପ୍ଲାଣ୍ଟ/ଯକୃତ ପ୍ରତିରୋପଣ କରାଯିବ ।
ତେବେ ଓଲିଉଡ୍‌ର ଏହି ଚର୍ଚ୍ଚିତ କଳାକାର ଲିଭର ସିରୋସିସ୍ ନାମକ ଏକ ମାରାତ୍ମକ ରୋଗର ଶୀକାର ହୋଇଛନ୍ତି ।

ଯେଉଁଥିରେ ତାଙ୍କ ଲିଭରର ୮୦ ପ୍ରତିଶତ ଭାଗ ନଷ୍ଟ ହୋଇଯାଇଛି । ଏନେଇ ବର୍ତ୍ତମାନ ପିଣ୍ଟୁଙ୍କୁ ଅତ୍ୟାଧୁନିକ ଚିକିତ୍ସା ଦରକାର । ଯାହା ଦିଲ୍ଲୀରେ ହୋଇପାରିବ ଏବଂ ଏହି ଚିକିତ୍ସା ପାଇଁ ବର୍ତ୍ତମାନ ୫୦ ଲକ୍ଷ ଟଙ୍କା ଦରକାର । ସୂଚନାଯୋଗ୍ୟ ଯେ ଓଲିଉଡ୍ କଳାକାର ମାନଙ୍କର ମିଳିତ ସଂଘ ପିଣ୍ଟୁଙ୍କୁ କିଛି ସହାୟତା ରାଶି ପ୍ରଦାନ କରିଛି । ତାସହ ଯାତ୍ରାଜଗତର କିଛି କଳାକାର ଏବଂ କୋଣଅନୁକୋଣରୁ କିଛି ପ୍ରଶଂସକମାନେ ଅର୍ଥରାଶି ପଠାଇବା ଦ୍ୱାରା ଆଜି ପିଣ୍ଟୁଙ୍କୁ ଦିଲ୍ଲୀ ନିଆଯାଇଛି ।

Leave a Reply

Your email address will not be published. Required fields are marked *