Pratidin TV

Odisha's Digital News Platform

ପୁଣି ଓଲିଉଡରେ କାଷ୍ଟିଂ କାଉଚ୍ ; ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଲେ ଅଭିନେତ୍ରୀ ଜସ୍ମିନ …

ଭୁବନେଶ୍ୱର : ପୁଣି ଓଲିଉଡ୍‌ରେ କାଷ୍ଟି କାଉଚ୍ । ଫିଟିଲା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳା ଗୁମର । ଓଡିଆ ଜଗତକୁ ନେଇ ଲୋକମାନଙ୍କ ମନରେ ଚାଲୁଥିବା ଭ୍ରମକୁ ଭୁଲ୍ ଦର୍ଶାଇଲେ ନବାଗଂଦା ଅଭିନେତ୍ରୀ ଜଶ୍ମିନ ରଥ । ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ ।

ଓଲିଉଡ୍‌ରେ ଅଭିନେତ୍ରୀ ଓ ଅଭିନେତା ଏବଂ ଫିଲ୍ମ ପ୍ରଯୋଜକମାନଙ୍କ ମଧ୍ୟରେ ଏକ ହ୍ୱାଟ୍ସଆପ ଗ୍ରୁପର ଚାଟିଂରୁ ହୋଇଛି ଏଭଳି ବଡ ଖୁଲାସା । ଯେଉଁଥିରେ ଅଭିନେତ୍ରୀ ଜସ୍ମିନଙ୍କ ସହ ଅଶ୍ଳାଳିନ କଥାବାର୍ତ୍ତା କରିଛନ୍ତି ପ୍ରଯୋଜକ ଟୁଟୁ ନାୟକ । ଏନେଇ ଜସ୍ମିନ ଟୁଟୁ ନାୟକଙ୍କ ନାଁରେ ସାଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ – ସୁଟିଂ ସମୟ ପରେ ତାଙ୍କୁ ବିଳମ୍ବିତ ରାତ୍ରୀ ପାଇଁ ବାହାରକୁ ଡକାଯାଉଛି ।

ଟୁଟୁ ନାୟକ ତାଙ୍କୁ ବିଳମ୍ବିତ ରାତ୍ରୀରେ ଫୋନ କରି ତାଙ୍କ ବ୍ୟକ୍ତିଗତ କଥା ପଚାରିବା ସହ ତାଙ୍କୁ ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରାଛନ୍ତି । କେବଳ ଜସ୍ମିନ ଏକା ଏଭଳି ମାନସିକ ନିର୍ଯ୍ୟାତନାର ଶିକାର ହେଉନାହାନ୍ତି ବରଂ ତାଙ୍କ ଭଳି ଅନେକ ନବାଗଂଦା ଅଭିନେତ୍ରୀମାନଙ୍କୁ ଏଭଳି ଫସାଯାଉଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ – ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି ସେ ଏହି ନିମନ୍ତ୍ରଣ ରକ୍ଷା ନକରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *