Pratidin TV

Odisha's Digital News Platform

‘କିଏ ସେ ଥାର୍ଡ ପସର୍ନ ଆପଣ ଖୋଜି ବାହାର କରନ୍ତୁ’ ?- ପ୍ରେସମିଟ୍‌ରେ ଶ୍ରୀୟା

କଟକ : ଓଲିଉଡ୍‌ର ପାରିବାରିକ କଳିରେ ପୁଣି ଏକ ବିସ୍ପୋରକ ବୟାନ ରଖିଛନ୍ତି ଲୋକପ୍ରିୟ ଗୀତିକାର ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର । କଟକ ମହିଳା ଥାନ ପୋଲିସ ଗୁରୁବାର ଦୁହିଁଙ୍କୁ ୨ ଦିନ ସମୟ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆପୋଷ ସମାଧାନର ବାଟ ଦେଖାଯାନାହିଁ । ଦୁହେଁ ଗଣମାଧ୍ୟମ ଆଗରେ ନିଜ ପକ୍ଷ ରଖି ଆପୋଷ ସମାଧାନ ଚାହୁଛନ୍ତି ବୋଲି କହିଥିଲେ ମଧ୍ୟ ଆଗକୁ କେହି ବାହାରିନଥିଲେ ।

ଏନେଇ ଶ୍ରୀୟା ମିଶ୍ର ରବିବାର ଏକ ପ୍ରେସମିଟ୍ ରଖିଥିଲେ । ଯେଉଁଥିରେ ସେ ହ୍ୟୁମାନଙ୍କ ନାଁରେ ବିସ୍ପୋରକ ବୟାନ ଦେଇଥିଲେ । ଏହା ସହ ଗଣମାଧ୍ୟମକୁ ମଧ୍ୟ କହିଥିଲେ –ହ୍ୟୁମାନଙ୍କ ଜୀବନରେ ଆଉ ଜଣେ ମହିଳା ବା ଝିଅ ଅଛନ୍ତି । ମୁଁ ତାଙ୍କ ନାଁ ନେଇ ହ୍ୟୁମାନଙ୍କୁ ବଦ୍‌ନାମ କରିବାକୁ ଚାହୁଁନି ଭଲହେବ ଆପଣ ମାନେ ନିଜେ ଖୋଜି ବାହାର କରୁନ୍ତୁ । ସେ ଆଉ ମଧ୍ୟ କହିଥିଲେ ଯେ,ହ୍ୟୁମାନ ଓଡିଶାର ଜଣେ ଲୋକପ୍ରିୟ ଗାୟକ ମୁଁ କେବେବି ଚାହିନଥିଲି ତାଙ୍କ ସମ୍ମାନ ହାନି ହେଉ । କିନ୍ତୁ ସେ ହିଁ ମତେ ବାଧ୍ୟ କଲେ । ସେ ଡ୍ରିଙ୍କ୍‌ର ଦିନରେ ୩ ଥର ମଦ ପିଅନ୍ତି । ସେ ତାଙ୍କ କନସର୍ଟରେ ମଧ୍ୟ ମଦପିଇଯାଆନ୍ତି ।

ଯେତେବେଳେ ଆମ ଝିଅ ଜନ୍ମହେଲା ତାପରଠୁ ତାଙ୍କ ନିର୍ଯ୍ୟାତନା ଅଧିକ ବଢିଗଲା । ସବୁବେଳେ ମଦପିଇ ଆସି ମାରନ୍ତି । ଏମିତି ମୋ ଦେହରେ ଅନେକ ସ୍ଥାନରେ ବର୍ତ୍ତମାନ ଯାଏ ଚିହ୍ନ ଅଛି । ମୋ ବାପଘର ଲୋକେ ଯେତେବେଳେ ବୁଲିବାକୁ ଆସନ୍ତି ଆଉ ମୋ ହାତରେ ମୁହଁରେ ଚିହ୍ନ ଦେଖନ୍ତି । ମୁଁ ମିଛରେ ଝିଅ ନା କୁହେ । ଝିଅ ଫାପାଡିଦେଇଚି ବଲ୍ କି ଅଲଗାକିଛି । ଏସବୁ ଚିହ୍ନକୁ ଟିଭାଇବା ପାଇଁ ମୁଁ ତା ଉପରେ ଟାଟୁ ମଧ୍ୟ କରିଛି । କିନ୍ତୁ ଦିନକୁ ଦିନ ତାଙ୍କ ନିର୍ଯ୍ୟତାନ ବଢି ବଢି ଗଲା । ମୋ ଠୁ ଝିଅ ଯାଏଁ କଥା ଯିବାରୁ । ଶେଷରେ ମୁଁ ସେଠାରୁ ଆସିବାକୁ ବାଧ୍ୟ ହେଲି ।

ମୁଁ ବର୍ତ୍ତମାନ ଯାଏ ବି ସମାଧାନ ଚାହୁଛି । କିନ୍ତୁ ସେମାନେ କେବଳ ମିଡିଆ ଆଗରେ ଆକ୍ଟିଙ୍ଗ୍ କରୁଛନ୍ତି । ହୃଦୟରୁ କେବେ ସମାଧାନ ଚାହୁଁ ନାହାନ୍ତି ସେମାନେ । ହଁ ମୋ ଶାଶୁ କେବେ ମୋତେ ନିର୍ଯ୍ୟତନା ଦେଇନାହାନ୍ତି କିନ୍ତୁ ମୋତେ ସିନ୍ଦୁର , ଅଳତା,ଟିକିଲି ପିନ୍ଧିବାରୁ ବାରଣ କରନ୍ତି ସେମାନେ । ମୋ ଘର ଲୋକ ସବୁବେଳେ ସମାଧାନ ଚାହିଁଛନ୍ତି । ଏମିତିକି ମୋ ମାମୁ ମଧ୍ୟ ହ୍ୟୁମାନଙ୍କ ଗୋଡ ଧରିଛନ୍ତି । କିନ୍ତୁ ତାପରେ ମଧ୍ୟ ସେମାନଙ୍କ ବ୍ୟବହାର ବଦଳିନଥିଲା । ଏବେ ମଧ୍ୟ ତାଙ୍କ ଆଡୁ ଗୋଟାଏ ବି କଲ୍ ନାହିଁ । ଖାଲି ଗଣମାଧ୍ୟମ ଆଗରେ ସେମାନେ ସାମାଧାନ କଥା କହୁଛନ୍ତି । ଗୁରୁବାର ଠାରୁ ଗୋଟାଏ ବି କଲ୍ ନାହିଁ ।

Leave a Reply

Your email address will not be published. Required fields are marked *