Pratidin TV

Odisha's Digital News Platform

ପୁଣି ଥାନାରେ ପହଞ୍ଚିଲା ଓଲିଉଡ୍ ପାରିବାରିକ କଳି ; କାନ୍ଦିଲେ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ସ୍ତ୍ରୀ ରାକ୍ଷୀ ଦାସ୍ …

ଭୁବନେଶ୍ୱର ; ପୁଣି ଥାନାରେ ପହଞ୍ଚିଲା ଓଲିଉଡ୍ ପାରିବାରିକ କଳି । ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି ଏବେ ଥାନାରେ । ବିଭୁ କିଶୋରଙ୍କ ବଡ ଭାଇ ପୀୟୁଷ ଦାସଙ୍କ ବିରୋଧରେ ଖାରବେଳ ନଗର ଥାନାର ଦ୍ୱାରସ୍ତ ହେଲେ ସ୍ତ୍ରୀ ରାକ୍ଷୀ ଦାସ୍ ବିଭୁକିଶୋରଙ୍କ ମାଆ ଓ ତାଙ୍କ ଘରେ ଭଡାରେ ରହୁଥିବା ଜଣାଶୁଣା କଣ୍ଠଶିଳ୍ପୀ ପମି । ବିଭୁକିଶୋରଙ୍କ ବଡ଼ ଭାଇ ପୀୟୁଷ ଦାସ ବିଭିନ୍ନ ସମୟରେ ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାକ୍ଷୀ ଦାସଙ୍କୁ ଆକ୍ରମଣ ସହ ଅନେକ ସମୟରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଅସଦାଚାରଣର ଅଭିଯୋଗ ମଧ୍ୟ ଆଣିଛନ୍ତି ରାକ୍ଷୀ । ଏହା ସହିତ ବିଭୁକିଶୋରଙ୍କ ଘରେ ଭଡ଼ା ରହୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି ମିଶ୍ରଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ପୀୟୁଷ । ଏହାକୁ ନେଇ ସୋମବାର ଉଭୟ ରାକ୍ଷୀ ଦାସ ଓ ପମି ମିଶ୍ରଙ୍କ ସମେତ ବିଭୁକିଶୋରଙ୍କ ମାଆ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ପମି ମିଶ୍ରଙ୍କ କହିବା ମୁତବକ, ଗତକାଲି ସେ ସିସିଟିଭି ଲଗାଉଥିବା ସମୟରେ ପୀୟୁଷ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । ଜମି ଓ ଘର ବିବାଦକୁ ନେଇ ପୀୟୁଷ ବାରମ୍ବାର ଏଭଳି କରୁଥିବା କହିଛନ୍ତି ବିଭୁକିଶୋରଙ୍କ ପତ୍ନୀ ଅଭିନେତ୍ରୀ ରାକ୍ଷୀ ଦାସ ।

Leave a Reply

Your email address will not be published. Required fields are marked *