Pratidin TV

Odisha's Digital News Platform

ଆଜି ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ଡଟ୍ ପେନ୍‌’ର ଅଡିଓ, ଏବେ ଫିଲ୍ମକୁ ରହିଲା ଅପେକ୍ଷା

1 min read

ଭୁବନେଶ୍ୱର: ପରଦାକୁ ଆସିବାକୁ ପ୍ରସ୍ତୁତ ଅଛି ନୂଆ ଓଡ଼ିଆ ଫିଲ୍ମ ‘ଡଟ୍ ପେନ୍‌’ । ଦୁର୍ଗାପୂଜା ଉପଲକ୍ଷେ ବଡ ପରଦାରେ ରିଲିଜ ହେବ ଏହି ଓଡିଆ ଫିଲ୍ମ । ଅକ୍ଟୋବର ୧୩ରେ ସିନେମା ହଲକୁ ଆସିବାକୁ ଥିବା ବେଳେ ଆଜି ତାର ଅଡିଓ ରିଲିଜ ହୋଇଛି । ବାଣୀବିହାର ସ୍ଥିତ ଗାନ୍ଧୀ ପାର୍କ ଠାରେ ନୂଆ ଓଡିଆ ଫିଲ୍ମ “ଡଟପେନ୍‌”ର ଅଡିଓ ଲୋକାର୍ପଣ ହୋଇଛି । ଏହି ଉଦଘାଟନୀ ଅବସରରେ ଫିଲ୍ମ ମୁଖ୍ୟ ଭୂମିକାରେ ନଜର ଆସୁଥିବା ଅଭିନେତା ଜ୍ୟୋତି,ଅର୍ପିତା ଚୌଧୁରୀ ,ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ୱିନୀ ତ୍ରୀପାଠି, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ,ସ୍ୱୟଂପ୍ରକାଶ ପାଢୀ,ଅସୀମା ପଣ୍ଡା , ଅଙ୍କିତ, ଶକ୍ତି ବରାଳ,ପ୍ରିତି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାର ସୁଟିଂ ଓ ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଶେଷ ହୋଇସାରିଛି । ତେବେ ଅକ୍ଟୋବର ୧୩ରେ ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର “ଡଟପେନ୍‌” । ଜଣେ ସାଇକୋ କିଲର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ।

ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଓଲିଉଡର ହିରୋ ଜ୍ୟୋତିରଞ୍ଜନ । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନଏବଂ ରହସ୍ୟ ଉପରେ ଆଧାରିତ ସିନେମାରେ ନଜର ଆସି ସାରିଛନ୍ତି । ତେବେ “ଡଟ୍‌ପେନ୍‌”ରେ ସେ ଜଣେ ସାଇକୋ କିର୍ଲର ଚରିତ୍ରରେ ନଜର ଆସିବେ । ଏଭଳି ବିଷୟବସ୍ତୁକୁ ନେଇ ପ୍ରଥମ ଥର ପାଇଁ ଓଡ଼ିଆରେ ଏଭଳି ସିନେମା ନିର୍ମାଣ କରାଯାଇଛି ବୋଲି ପ୍ରଯୋଜନା ସଂସ୍ଥା କହିଛି । ଏ ଫିଲ୍ମ ଦେଖି ଦର୍ଶକ ଅଭିନେତା ଜ୍ୟୋତିଙ୍କୁ ଭଲପାଇବେ ଆଉ ଭୟ ମଧ୍ୟ କରିବେ । ଜଣେ ଭାଇ, ଭଉଣୀ ଓ “ଡଟ୍‌ପେନ୍‌” ରୁ ଆରମ୍ଭ ହୋଇଛି ଏହି ଫିଲ୍ମର କାହାଣୀ । ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ କାହିଁକି ଓ ତାଙ୍କର ଏହି ‘ଡଟ୍‌ପେନ୍‌”ସହ କଣ ସମ୍ପର୍କ ଅଛି ? ଏମିତି ବହୁ ପ୍ରଶ୍ନର ଉତ୍ତରର ଧୀରେ ଧୀରେ ଫିଲ୍ମରେ ଦେଖିବାକୁ ପାଇବେ ।

Advertisement

ଅଶ୍ୱିନୀ ତ୍ରିପାଠୀ ଓ ଶ୍ରୀ ବ୍ରାଇବାଲ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଏହି ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି ଓ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ, ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଓଡ଼ିଶାର ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁ ନିଜେ ପରି କଳାକାର ମାନେ ମଧ୍ୟ ନଜର ଆସିଛନ୍ତି । ଦୁଇ ନୂଆ ମୁହଁ ପ୍ରୀତି ବିଶ୍ୱାଳ ଓ ରୋହନ୍ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ପାଲଟିବେ ।

ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ତ୍ରିପାଠୀ । ଡ. ଦୀପକ କୁମାର ଫିଲ୍ମର କାହାଣୀ ଲେଖିଛନ୍ତି ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସୋମେଶ ଶତପଥୀଙ୍କ ସ୍ୱର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ, ସ୍ୱୟଂ ପାଢ଼ୀ, ଓ ଅର୍ପିତା । ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ ହୋଇଛି ଢେଙ୍କାନାଳର କାମାକ୍ଷାନଗରରେ ହୋଇଛି ।

Leave a Reply

Your email address will not be published. Required fields are marked *