Pratidin TV

Odisha's Digital News Platform

(ଭିଡିଓ)ଇତିହାସ ସୃଷ୍ଟି କଲା ବାପା,ପୁଅଙ୍କ କାହାଣୀ ପ୍ରତୀକ୍ଷା ; ପୂରଣ କଲା ୫୦ ଦିନ ଚାଲିବ ଆହୁରୀ ୧୦୦..

1 min read

ଭୁବନେଶ୍ୱର : କପିକ୍ୟାଟ୍‌ର ଟ୍ୟାଗ୍ ହଟୁଛି ଓଡିଆ ଚଳଚ୍ଚିତ୍ର ଉପରୁ । ଧିରେ ଧିରେ ନିଜ ସର୍ତ୍ତା ଫେରି ପାଉଛି ଓଡିଆ ଚଳଚ୍ଚିତ୍ର । ବଲିଉହ୍ , ହଲିଉଡ୍ ଓ ଟଲିଉଡ୍‌ର ଟ୍ରେଣ୍ଡ ଭିତରେ ଓଡିଉଡ୍‌କୁ ମିଳୂନଥିଲା ପରଦା । କିନ୍ତୁ ଏସବୁ ଭିତରେ ଦମନ୍ ପାଲଟିଥିଲା ଓଡିଆ ସିନେମାର ମାଇଲଖୁଣ୍ଟା ଏହା ପରେ ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା ଆଗକୁ ଟାଣିଥିଲା ଦମନ ଚଳାଇଥିବା ଓଡିଆ ଚଳଚିତ୍ରର ଟ୍ରେଣ୍ଡକୁ । ସିନେମା ହଲ୍‌ରେ ଦୀର୍ଘ ୫୦ ଦିନ ପୂରଣ କରିଛି ଓଡିଆ ଚଳଚିତ୍ର ପ୍ରତୀକ୍ଷା । ଦମନ ପରେ ଲୋକଙ୍କ ହୃଦୟକୁ ଓଡିଆ ଚଳଚ୍ଚିତ୍ର ସହ ବାନ୍ଧିରଖିଛି ପ୍ରତୀକ୍ଷା । ଏହା ୫୦ ଦିନ ପରେ ଆଗକୁ ସେଞ୍ଚୁରୀ ମାରିବ ବୋଲି ଆଶା କରିଛନ୍ତି ପ୍ରତୀକ୍ଷା ଟିମ୍ ମେମ୍ବର । ୨୦୨୨ ଡିସେମ୍ବର ୨ ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଜଣେ ମଧ୍ୟବିତ ପରିବାରର କାହାଣୀକୁ ନେଇ ଲୋକଙ୍କ ହୃଦୟକୁ ଗଭୀର ଭାବେ ଛୁଇଁଛି ଫିଲ୍ମ ପ୍ରତୀକ୍ଷା ।

Advertisement

Leave a Reply

Your email address will not be published. Required fields are marked *