Pratidin TV

Odisha's Digital News Platform

Legend Never die ; ଭୁଲିପାରୁନି ଓଲିଉଡ୍ , ଡାଇଲଗ୍ ରଖିଛି ଲୋକଙ୍କ ମନରେ ଜୀବନ୍ତ ।

1 min read

ମା ରାଣ୍ ,ଚକ୍‌ମା ଚୁର୍ , ଗଙ୍ଗା କୂଳକୁ ଆସି ପାପ ନଧୋଇ ଚାଲି ଯିବ , ନାଇଁ ନାଇଁ ନାଇମ.. ରାନିଆ ପୁଅ ମାନିଆ, ଫୁଲ ବୋବାଲ , ଆଜିବି ତାଙ୍କର ଏଭଳି ଅନେକ ଡାଇଲଗ୍ ତାଙ୍କୁ ଓଡିଶାବାସୀ ଙ୍କ ହୃଦୟରେ ଜାଗା ବନାଇ ରଖିଛି । ଅବଶ୍ୟ ଆଜି ସେ ଆମ ଗହଣରେ ନାହନ୍ତି କିନ୍ତୁ ତାଙ୍କର ଏଭଳି ମଜାଦାର୍ ଡାଇଲଗ୍ ଆଜିବି ଦର୍ଶଙ୍କଙ୍କ ମୁହଁରେ ଶୋଭା ପାଉଛି । ସେ ଆଉ କେହି ନୁହନ୍ତି.. ସେ ହେଉଛନ୍ତି ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ହର ପଟ୍ଟନାୟକ । ଆଜି ତାଙ୍କ ଜନ୍ମଦିନରେ ଝୁରୁଛି ପୁରା ଓଡିଶା, ଆଉ ମନେ ପକାଉଛି ଓଲିଉଡ୍ ଇଣ୍ଡଷ୍ଟ୍ରି।

୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ କଟକ ରେ ଜନ୍ମ ହୋଇଥିଲେ ହର ପଟ୍ଟନାୟକ । ଛୋଟ ବେଳୁ କଳା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ମଞ୍ଚ, ନାଟକ ପ୍ରତି ଆକୃଷ୍ଟ କରିଥିଲା । ଧୀରେ ଧୀରେ ନିଜର ମଞ୍ଚ ଏବଂ ନାଟକରେ ଅଭିନୟ କରୁ କରୁ ପାଦ ଥାପିଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରି । ଆଉ ଜୀବନ ସଂଗ୍ରାମ ଫିଲ୍ମ ଜରିଆରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିଚାହିଁ ନଥିଲେ ସେ ।

Advertisement

ନିଜ ଦମଦାର ଅଭିନୟ ସହ ଓଲିଉଡ୍‌ର କିଙ୍ଗ ମେକର ବନିଥିଲେ । ଭିଲିଆନ୍ ରୋଲ ଠାରୁ ଭାଇ ରୋଲ ଯାଏ ସବୁଥିରେ ନିପୁଣ ଥିଲେ । ଖାଲି ଏତିକି କଣ ୧୯୯୦ରେ ଆସିଥିବା ଫିଲ୍ମ ଦଇବ ଦଉଡି ତାଙ୍କ କ୍ୟାରିୟରରୁ ନୂଆ ଗତି ଦେଇଥିଲା । କାହିଁକି ନା ଏହି ଫିଲ୍ମ ଜରିଆରେ ହର ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ୧୯୯୧ରେ କପାଳ ଲେଖନ, ୧୯୯୩ରେ ଭାଗ୍ୟ ହାତେ ଡୋରି, ୧୯୯୬ରେ ଯଶୋଦା, ସୁହାଗ ସିନ୍ଦୁର, ପୁଅ ମୋର ଭୋଳା ଶଙ୍କର, ୧୯୯୭ରେ ନାରି ବି ପିନ୍ଧିପାରେ ରକ୍ତ ସିନ୍ଦୁର, ଗଙ୍ଗା ଯମୁନା, ୧୯୯୯ରେ ପରଦେଶୀ ବାବୁ, କଲ୍କୀ ଅବତାର, ୨୦୦୩ରେ ଏ ଯୁଗର କୃଷ୍ଣ ସୁଦାମା, ୨୦୦୪ରେ ସାଥୀରେ , ବର୍ଷା ମାଇଁ ଡାଲିଂ, ଆଇ ଲଭ ୟୁ, ୨୦୦୫ ଅର୍ଜୁନ, ୨୦୦୬ରେ ଥ୍ୟାଙ୍କ୍ ୟୁ ଭଗବାନ, ୨୦୦୭ରେ ପାଗଳ ପ୍ରେମୀ, ୨୦୦୯ରେ ରୋମିଓ ଦି ଲଭର ବୟ, ୨୦୧୨ରେ ଓମ୍ ସାଇ ରାମ୍ର ନିର୍ଦ୍ଦେଶନା ଦେଇଥିଲେ । ଆଉ ଅନେକ ହିରୋ ମାନଙ୍କ କ୍ୟାରିୟର ତାଙ୍କ ହାତରୁ ହିଁ ଆରମ୍ଭ ହୋଇଥିଲା । ଅନୁଭବ୍ ,ସବ୍ୟସାଚୀଙ୍କ ଏବଂ ବାବୁସାନ୍ ଭଳି ହିରୋମାନଙ୍କୁ ନିଜ ଫିଲ୍ମ ମାଧୟମରେ ସେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରାଇଥିଲେ । ଯାହା ଫଳରେ ଆଜି ସେମାନେ ଜଣେ ଜଣେ ସୁପରଷ୍ଟାର ହୋଇ ଛିଡା ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *