Pratidin TV

Odisha's Digital News Platform

କ୍ୟାନସରରେ ଆକ୍ରାନ୍ତ ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ‘ସ୍ୱରୂପ ନାୟକ’

ଭୁବନେଶ୍ୱର ; ଓଲିଉଡ୍ ଜଗତକୁ ଝଟ୍‌କା । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି । ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସ୍ୱରୂପ କଟକ ଜଗତପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ୪ ଦିନ ହେବ ସେ ସେଠାରେ ଚିକିତ୍ସିତ ଥିବା ଜଣାପଡିଛି । ତେବେ ସୂରୂପ ଥ୍ରୋଟ୍ କ୍ୟାନସରରେ ଆକ୍ରାନ୍ତୁ ହୋଇଥିବା ସୂଚନା ମିଳିଛି ।

୧୯୮୪ ମସିହାରେ ସେ ହୀରାନୀଳା କଥାଚିତ୍ର୍ର ସଙ୍ଗୀତକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସୂରୂପ । ସେ ଚଳଚ୍ଚିତ୍ରରେ ମୋଟ୍ ୪୧ ଟି ଓଡିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ ଟି କଥାଚିତ୍ରରେ ଗୀତ ରଚନା କରିଛନ୍ତି । ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ ଗାୟକ ଓ ୬ଟି କଥାଚିତ୍ରରେ ସେ ନିଜେ ଅଭିନୟ କରିଥିଲେ । ସ୍ୱରୂପଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ପୁରା ଓଲିଉଡ୍ ସ୍ତବ୍ଧ ହୋଇପଡିଛି ।

Leave a Reply

Your email address will not be published. Required fields are marked *