Pratidin TV

Odisha's Digital News Platform

ହୋଇପାରିଲାନି ବେଲ୍ , ଜେଲରେ ରହିବେ ପ୍ରଯୋଜକ ଟୁଟୁ ନାୟକ ….

1 min read

ଭୁବନେଶ୍ୱର ; ପ୍ରଯୋଜକ ଟୁଟୁ ନାୟକଙ୍କ ପାଇଁ ବଢିଲା ଅଡୁଆ । ମହିଳା ସାମ୍ଭାଦିକାଙ୍କୁ ମାଡ ମାରିବା ଘଟଣାରେ ଶନିବାର ଖାରବେଳନଗର ପୋଲିସ ତାଙ୍କୁ ପଚରା ଉଚରା କରିବା ପରେ ମହିଳା ସାମ୍ଭାଦିକାଙ୍କ ଅଭିଯୋଗ ଆଧାରରେ ଗିରଫ୍ କରିଥିଲା ।

ତେବେ ଆଜି ଟୁଟୁ ନାୟକଙ୍କ ଜାମିନ ଆବେଦନକୁ ଖାରଜ୍ କରାଯାଇଛି । ନଭେମ୍ବର ୮ ରେ ତାଙ୍କ ଜାମିନ ଶୁଣାଣି କରାଯିବ ବୋଲି କହିଛି କୋର୍ଟ । ଏହା ସହ ଟୁଟୁଙ୍କ ଅପ୍‌ଡେଟ୍ କେସ୍ ଡାଏରୀ ଓ ପୁରୁଣା ରେକର୍ଡ ମଧ୍ୟ ତଲବ କରାଯିବା ନେଇ ନିର୍ଦ୍ଦେଶ ରହିଛି ।

ଆହୁରୀ ପଢନ୍ତୁ-ବେଲ ନ ମିଳିଲେ ଜେଲରେ କଟିବ ଟୁଟୁଙ୍କ ରାତି …

ଖବର ଅନୁଯାୟୀ ଶୁକ୍ରବାର ଜଣେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ତାତ୍ସଲ୍ୟ କରିବା ସହ ମାଡ଼ ମାରିଥିବା ଅଭିଯୋଗ ଖାରବେଳନଗର ଥାନାରେ ହୋଇଥିଲା । ଯାହାକୁ ନେଇ ମହିଳା ସାମ୍ଭାଦିକା ସଂଘ ସହ ମହିଳା କମିଶନ ଓ ରାଜନିତି ଜୋର ଧରିଥିଲା । ଏବଂ ଟୁଟୁ ନାୟକଙ୍କୁ ତୁରନ୍ତ ଗିରଫ୍ କରିବାକୁ ଦାବି ହୋଇଥିଲା ।

Leave a Reply

Your email address will not be published. Required fields are marked *