Pratidin TV

Odisha's Digital News Platform

(ଭିଡିଓ) ପୋଲିସ ହପାଜରେ ‘ଲଚକ ମଣି’ ସିଙ୍ଗର ଦେବେଶ ପତି, ଲଭ ସେକ୍ସ ଧୋକାର ଅଭିଯୋଗରେ ବାନ୍ଧିଲା ପୋଲିସ..

ଭୁବନେଶ୍ବର : ଓଲିଉଡର ଦେଖା ଦେଲା ଲଭ ,ସେକ୍ସ ,ଧୋକା । ପୁଣି ଜଣେ ସିଙ୍ଗରଙ୍କ ନାଁ ଆସିଲା ପ୍ରେମରେ ପ୍ରତାରଣାର ଅଭିଯୋଗ । ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ହେଉଛନ୍ତି ଦେବେଶ ପତି । ଲଚକ ମଣି ବେବି ଲୋ ,ବୟଫ୍ରେଣ୍ଡ ତୋର ହେବି ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ । ଜଣେ ଯୁବତୀଙ୍କୁ ବିବାହ କରିବା ନେଇ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ନେଇ କଣ୍ଠଶିଳ୍ପୀଙ୍କ ବାନ୍ଧିଲା ପୋଲିସ । ଲଭ୍‌, ସେକ୍ସ ଓ ଧୋକା ଦେବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ଭଦ୍ରକର ଅଂଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।

ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଦେବେଶଙ୍କ ଘର ଯାଜପୁର ଜିଲ୍ଲାରେ । ଗତ ବୁଧୁବାର ରାତି ପୋଲିସ ତାଙ୍କୁ ଗିରଫ କରିବା ପରେ ଗତକାଲି କୋର୍ଟ ଚାଲଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଦେବେଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭଦ୍ରକ ଅଞ୍ଚଳର ଯୁବତୀଙ୍କୁ ଦେବେଶ ଭଲ ପାଇ ପ୍ରତାରଣା କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଅଭିଯୋଗ କରିଥିଲେ, ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ତାଙ୍କ ଗର୍ଭ ନଷ୍ଟ କରିବା ସହ ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଦେବେଶ । ତାଙ୍କ ବିରୋଧରେ ଆଇପିସିର ଦଫା ୩୭୬, ୪୨୦, ୪୦୬, ୩୧୩, ୨୯୪, ୫୦୬ ଓ ୬୬/୭୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *