Pratidin TV

Odisha's Digital News Platform

ଓଲିଉଡରୁ ଆସିଲା ଗୀତ ଚୋରି ଅଭିଯୋଗ , ସାଇବର ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ପମି ମିଶ୍ର ..

1 min read

ସାଇବର ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ ପୁର୍ଣ୍ଣଚନ୍ଦ୍ର ବେହେରା । ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ । ୧୪ ବର୍ଷ ତଳର ପୁରୁଣା ଗୀତକୁ ଚୋରି କରିବା ସହ ନିଜର ଦର୍ଶାଇ ବାଃ ବାଃ ନେଉଛନ୍ତି ଅନ୍ୟ ପ୍ରଯୋଜକ ଓ କଣ୍ଠଶିଳ୍ପୀ । ପୁରୁଣା ଗୀତ ଚୋରି ଅଭିଯୋଗରେ ଉଭୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ।


ଏ ନେଇ ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ସାଇବର ଥାନାରେ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରୁ ଗୀତକୁ ଡାଉନଲୋଡ୍ କରି ନିଜ ୟୁଟ୍ୟୁବ୍ ଚ୍ଯାନେଲରେ ଅପଲୋଡ କରିଛନ୍ତି । ଏଥିସହ ସିଙ୍ଗର, ନିର୍ମାତାଙ୍କ ନାମକୁ ମଧ୍ୟ ବଦଳେଇଛନ୍ତି । ପ୍ରତିଭା ଦାସ ଓ ପ୍ରସନ୍ନ କୁମାର ଉପାଧ୍ୟାୟ ଓ ତାଙ୍କ ଚ୍ୟାନେଲ ନାମରେ ପୂର୍ବରୁ ମଧ୍ଯ ମାନହାନି ମୋକଦ୍ଦମା କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ।ସଂପୃକ୍ତ ସ୍ବାମୀ, ସ୍ତ୍ରୀ ଓ ଚ୍ୟାନେଲ ନାଁରେ ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ମାନହାନୀ ମୋକଦ୍ଦମା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *