ଲୋକଙ୍କ ଜୀବନ ବଞ୍ଚାଇବାକୁ ଓଲିଉଡ୍ର ନୂଆ ପ୍ରୟାସ । ଆଣିଲା ଏପରି ଗୀତ ….
1 min readକଟକ : ଏ ଜୀବନ ନୁହେଁ ହାରିବା ପାଇଁ, କେତେ ମୂଲ୍ୟବାନ ଏ ଜୀବନ ହାରୁଛ କାହିଁ। ଜୀଭନ ହାରନାହିଁ । ଏମିତି କିଛି ଲେଖାକୁ ନେଇ ନିକଟରେ ବଢୁଥିବା ଜୀବନ ହାରିବା ଘଟଣାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ଏପରି ଏକ ସଚେତନଧର୍ମୀ ଗୀତ ପ୍ରସ୍ତୁତ କରିଛନ୍ତି ଲୋକପ୍ରୀୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।
କଟକର ଏକ ଷ୍ଟୁଡିଓରେ ରେକଡିଂ ହୋଇଥିବା ଏହି ଗୀତକୁ ନିଜେ ପ୍ରେମ ଆନନ୍ଦ ଲେଖିବା ସହ ସ୍ବର ସଂଯୋଜନା କରିଛନ୍ତି। ଗୀତକୁ ଗାଇଛନ୍ତି ନୂଆ ପିଢୀର କଣ୍ଠଶିଳ୍ପୀ ନିଶାଦ ମିଶ୍ର । ଦିନକୁ ଦିନ ଆତ୍ମହତ୍ୟାଜନିତ ଘଟଣା ବଢୁଥିବା ବେଳେ ଏହି ଗୀତ ମାଧ୍ୟମରେ ଲୋକଙ୍କୁ ଜୀବନର ପ୍ରକୃତ ଅର୍ଥ ସମ୍ପର୍କରେ ଏକ ବାର୍ତ୍ତା ଦେବା ସହ ସଚେତନ କରିବାକୁ ଏପରି ସଂଗୀତ କରାଯାଇଛି ।
ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ, ସମସ୍ୟାର ସାମ୍ନା କରି ଆଗକୁ ବଢିବା ଉଚିତ୍ । ତେଣୁ କୌଣସି ସମସ୍ୟା ପାଇଁ ଅମୂଲ୍ୟ ଜୀବନକୁ ନହାରି ଆତ୍ମହତ୍ୟାରୁ ଦୂରେଇ ରହିବାକୁ ଏହି ଗୀତ ମାଧ୍ୟମରେ କହିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।