Pratidin TV

Odisha's Digital News Platform

(ଭିଡିଓ) କଟକର ନଈବାଲିରେ ଘର ତୋଳି, ଦର୍ଶକଙ୍କୁ ଭେଟିଦେବେ ପୂଜା ଉପହାର..

1 min read

ଭୁବନେଶ୍ୱର :୯୦ଦଶକରୁ ଓଲିଉଡରେ ରାଜ କରି ଆସୁଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ଉଭୟଙ୍କ ଅଭିନୟ ଓଡିଆ ଲୋକଙ୍କ ମନରେ ଘର କରିଦେଇଥିଲା । ତେବେ ଉଭୟଙ୍କ କେମେଷ୍ଟ୍ରି ସେତେବେଳେ ଦର୍ଶକ ଖୁବ ପସନ୍ଦ କରିଥିଲେ । ତା ଭିତରେ ବିତିଗଲାଣି କେତେ ବର୍ଷ କିନ୍ତୁ ଆଜି ଲୋକଙ୍କମନରେ ସେମାନଙ୍କୁ ନେଇ ଅନେକ ଭଲ ପାଇବା ରହିଛି । ଉଭୟ ପରଦାରେ ସକ୍ରିୟ ଥିବା ବେଳେ ସେମାନେ ଏକା ସହ ଚଳଚ୍ଚିତ୍ରରେ ନଜର ଆସୁ ନଥିଲେ । ଶେଷଥର ପାଇଁ ଉଭୟଙ୍କୁ ଫିଲ୍ମ ଛବିରାଣୀରେ ଦେଖିବାକୁ ପାଇଥିଲେ ଦର୍ଶକ ।

ଦୁର୍ଗାପୂଜା ଅବସରରେ ପୁଣି ଥରେ ଓଲିଉଡ ପରଦାରେଏକାସହ ନଜର ଆସିବାକୁ ଯାଉଛନ୍ତି ସିଦ୍ଧାନ୍ତ -ଅନୁ । ପୁଣି ଥରେ ଦର୍ଶକଙ୍କୁ ସେଇ ପୁରୁଣା ଦିନ ମନେପକେଇଦେବାକୁ ଆସୁଛନ୍ତି । ଯେବେ ପ୍ରେମୀ ଯୁଗଳ ମାନେ ନଈ ବାଲିରେ ଘର ତୋଳୁଥିଲେ ଆଉ ନୂଆ ସଂସାର ଗଢିବାର ସ୍ୱପ୍ନ ଦେଖୁଥିଲେ ।

Advertisement

ଏଭଳି କିଛି କାହାଣୀ ଯାହା ଆଗରୁ ଥିଲା କିନ୍ତୁ ଏବେ ଏସବୁ ଦେଖିବାକୁ ମିଳୁନି । ସେହି ସବୁ ପୁରୁଣା ସ୍ମୃତିକୁ ଲୋକଙ୍କ ମନରେ ଧୀରେ ଧୀରେ ଲିଭିବାକୁ ବସିଲାଣି ।

ତାକୁ ପୁଣିଥରେ ଉଜ୍ଜିବିତ କରିବାକୁ ଆସୁଛନ୍ତି ଓଡିଆର ଲୋକପ୍ରିୟ ଯୋଡି ଅଭିନେତା ସିଦ୍ଧାନ୍ତ ଏବଂ ସୁନ୍ଦରି ଅଭିନେତ୍ରୀ ଅନୁ । ଆଜିର ମର୍ଡନ ଲଭକୁ ପଛରେ ପକାଇ ପୁଣି ସିଦ୍ଧାନ୍ତ-ଅନୁ ବାଲିଘର ତୋଳିଛନ୍ତି ଆଉ ଦର୍ଶକଙ୍କୁ ୨୩ ବର୍ଷ ତଳର ସବୁ ସ୍ମୃତିକୁ ଫେରାଇ ଆଣିଛନ୍ତି ଏହି ଗୋଲଡେନ ଯୋଡି ।

ଉଭୟଙ୍କ ପୁରୁଣା ଗୀତ ‘ତମେ ଜଦି ଗଢିଦିଅ ମୋ ପାଇଁ ବାଲିଘର’ ରିମେକ କରି ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *