Pratidin TV

Odisha's Digital News Platform

(video)ସେଲିବ୍ରେଟି ଢଙ୍ଗରେ ନୁହଁ ଖୁବ୍ ସାଧାରଣ ଭାବେ ଦୀପାବଳି ପାଳିଲେ ବାବୁଶାନ୍ ….

1 min read

ଭୁବନେଶ୍ୱର ; ଓଲିଉଡ୍ ସୁପରଷ୍ଟାର ବାବୁଶାନ । ନିଜ ଆକଟିଂ ସହ ମଧୁର ଗୀତ ଗାଇ ପ୍ରଶଂସକଙ୍କୁ କରାଇଥାନ୍ତି ପାଗଳ । ଖୁବ୍ ସୁନ୍ଦର କଳାକାର ସହ ସେ ଜଣେ ଭଲ ସିଙ୍ଗର ମଧ୍ୟ । ଗୀତ ଗାଇ ଅନେକ ସମୟରେ ଦର୍ଶକଙ୍କୁ ଆତ୍ମବିଭୋର କରିଦିଅନ୍ତି ବାବୁଶାନ୍ । ନିକଟରେ ନିଜ ପର୍ସନାଲ ଲାଇଫ୍ ବା ବ୍ୟକ୍ତିଗତ ଜୀବନ ସହ ଅଫକମିଙ୍ଗ୍ ଫିଲ୍ମ ଗୁଡିକ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ସେ । କିନ୍ତୁ ବର୍ତ୍ତମାନ ତାଙ୍କର କିଛି ଫଟୋ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଚି ।

ରବିବାର ଦୀପାବଳିକୁ ଖୁବ୍ ସାଧାରଣ ଭାବେ ପାଳିଛନ୍ତି ବାବୁସାନ୍ ଏବଂ ତାଙ୍କ ଛୋଟିଆ ପରିବାର । ଗୋଟେ ପଟେ ଓଲିଓଡ୍‌ର ପ୍ରାୟ ସବୁ କଳାକାର ସେଲିବ୍ରେଟିଙ୍କ ଢଙ୍ଗରେ ନୂଆଡ୍ରେସ ହେବି ମେକଅପ୍ ସହ ପାର୍ଟି କରି ବିତାଇଥିବା ବେଳେ କିନ୍ତୁ ବାବଶାନ୍ ନିଜ ଛୋଟିଆ ପରିବାର ସହ ଖୁବ୍ ସାଧାସିଧା ଢଙ୍ଗରେ ଦୀପାବଳି ସେଲିବ୍ରେଟ୍ କରିଛନ୍ତି ।

ପୁଅ ଗୁଆନ ଏବ ଂସ୍ତ୍ରୀ ତୃପ୍ତି ସହ କ୍ରାକର ଲଗାଇ ସେ ନିଜ ଘରେ ହିଁ ଦୀପାବଳି ମନାଇଛନ୍ତି । ପୂର୍ବରୁ ପ୍ରକୃତି-ବାବୁସାନଙ୍କ ମାମଲା କୁ ନେଇ କିଛି ଦର୍ଶକଙ୍କ ତାଙ୍କ ଉପରେ ରାଗିଯାଇଥିଲେ । କିନ୍ତୁ ବାବୁସାନଙ୍କ ଏଭଳି ଫଟୋ ଆଉ ନିଜ ପରିବାର ସହ ସମୟ ବିତାଉଥିବାର ଦେଖି ବର୍ତ୍ତମାନ ବେଶ୍ ଖୁସି ଅଛନ୍ତି ବାବୁଶାନଙ୍କ ପ୍ରଶଂସକ ।

Leave a Reply

Your email address will not be published. Required fields are marked *