୭ ମାସର ଗର୍ଭବତୀ ଥାଇବି ଅଲମ୍ପିକ୍ସ ଖେଳିଲେ ନାଦା ହାଫିଜ୍ ..
1 min readବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ ଆଗ୍ରହ। ଅଲିମ୍ପିକ ପାଇଁ ପ୍ୟାରିସ ସହର ସଜେଇ ହୋଇଛି । ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି। ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ।
ତେବେ ଏହି ପ୍ରତିଯୋଗିତାରେ କିଏ ମାରିବ ବାଜି କିଏ ହେବ ନିରାଶ ତାହା ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଥିବା ବେଳେ ସାମ୍ନାକୁ ଆସିଛି ଏମିତି ଏକ ଦୃଶ୍ୟ ଯାହାକୁ ଦେଖିଲେ ଯେକେହି ବି କହିବ ଏପରି ଖେଳାଳିଙ୍କୁ ସତ ସଲାମ ।ଅଲିମ୍ପିକ୍ସ ଅଂଶଗ୍ରହଣର ସ୍ବପ୍ନ ଆଗରେ ଫିକା ପଡିଯାଇଛି ସବୁକିଛି ।୭ ମାସର ଗର୍ଭବତୀ ଥାଇ ମଧ୍ୟ ଅଲିମ୍ପିକ୍ସ ରେ ଅଂଶଗ୍ରହଣ କରିଛନ୍ତି । ଏବେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି ୨୬ ବର୍ଷୀୟା ଅସିଚାଳିକା ନାଦା ହାଫିଜ୍ ।
ପ୍ୟାରିସ୍ରେ ନିଜ ତୃତୀୟ ଅଲିମ୍ପିକ୍ସ ଅଂଶଗ୍ରହଣ ସୁଯୋଗ ହାତଛଡ଼ା କରିନାହାନ୍ତି। ପ୍ରିକ୍ବାର୍ଟରଫାଇନାଲ୍ରେ ଦକ୍ଷିଣ କୋରିଆର ଜିଓନ୍ ହୟଙ୍ଗଙ୍କଠାରୁ ୭-୧୫ରେ ହାରି ବିଦାୟ ନେବା ପୂର୍ବରୁ ସେ ବିଶ୍ବର ୧୦ ନମ୍ବର ଆମେରିକୀୟ ଖେଳାଳି ଏଲିଜାବେଥ ତାର୍ତାକୋସ୍କିଙ୍କୁ ମାତ ଦେଇଥିଲେ। ‘ମୁଁ କେବଳ ଅଂଶଗ୍ରହଣ କରିଛି ବୋଲି ଗର୍ବିତ ନୁହେଁ, ଆସନ୍ନ ପ୍ରସବା ଥାଇ ଭାଗ ନେଇଥିବାରୁ ଖୁସି ହୋଇଛି। ଏ ଅଲିମ୍ପିକ୍ସ ମୋ ପାଇଁ ସ୍ବତନ୍ତ୍ର ହୋଇରହିବ। ତିନି ଥର ଅଲିମ୍ପିଆନ୍ ଜଣେ ଲିଟିଲ୍ ଅଲିମ୍ପିଆନ୍ ନେଇ ଆସିଛି’ ବୋଲି ହାଫିଜ୍ ନିଜ ଇନଷ୍ଟାଗ୍ରାମ ରେ ଲେଖି ସେୟାର କରିଛନ୍ତି ।