Pratidin TV

Odisha's Digital News Platform

ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍ , ଦିଆଯିବ ପୁରସ୍କାର…

ଆସନ୍ତା କାଲି ଓଡ଼ିଶା ଆସିବେ ଅଲମ୍ପିକ୍ସ ରେ  ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ଭାରତୀୟ ହକି ଦଳ ଓଡିଶା ଆସିବା ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି  ।   ସାଢ଼େ ୧୨ଟା ମଧ୍ୟରେ ବିମାନ ବନ୍ଦରରେ ପହଞ୍ଚିବେ ଭାରତୀୟ ହକି ଟିମ୍ । ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍‌ ଯାଏଁ ଶୋଭାଯାତ୍ରା ଆୟୋଜନ କରାଯିବ  । କଳିଙ୍ଗ ଷ୍ଟାଡ଼ିୟମ୍‌ରେ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ ।ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି। ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଦିଆଯିବ।

ଦଳରେ ଥିବା ସହଯୋଗୀ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ତେବେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା ହୋଇଛି ।ଅମିତଙ୍କୁ ଏହା ପୂର୍ବରୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଥରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛି ଟିମ ଇଣ୍ଡିଆ।

Leave a Reply

Your email address will not be published. Required fields are marked *