Pratidin TV

Odisha's Digital News Platform

ସ୍ୱପ୍ନ ପାଇଁ ସ୍ୱପ୍ନିଲଙ୍କ ସଂଘର୍ଷ ; ରେଲୱେ ଟିକେଟ୍ ସଂଗ୍ରହକାରୀରୁ ଜିତିଲେ ଅଲମ୍ପିକ ମେଡାଲ……

1 min read

ଭାରତରେ ପେସାଦାର ସୁଟର ସ୍ୱପ୍ନିଲ କୁସାଲେ ଅଗଷ୍ଟ ୧ ରେ ପ୍ୟାରିସ୍ ଅଲମ୍ପିକ୍ ରେ ଭାରତ ପାଇଁ ବ୍ରୋଞ୍ଜ ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏହି ୨୮ ବର୍ଷିୟ ସ୍ୱପ୍ନିଲ ୫୦ ମିଟର ରାଇଫଲ ୩ ପଦବୀ ଇଭେଣ୍ଟରେ ୩ୟ ସ୍ଥାନ ଅଧିକାର କରି ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ଭାରତର ୩ୟ ପଦକ ହାସଲ କରିଛନ୍ତି । ତାଙ୍କର ବିଜୟ ଭାରତକୁ ଐତିହାସିକ ବିଜୟ ଦେଇଛି କାରଣ ପ୍ୟାରିସ ଅଲିମ୍ପିକ୍ସରେ ଏହି ପଦକ ହିଁ ତୃତୀୟ ମେଡାଲ ।

କିନ୍ତୁ ଜଣେ ସୁଟର ହେବା ବ୍ୟତୀତ ଆପଣମାନେ ଜାଣିଛନ୍ତି କି ସ୍ୱପ୍ନିଲ ପୂବ୍ରରୁ ନସ୍ର ଏହି ସ୍ୱପ୍ନ ପାଇଁ କେତେ ସଂଘର୍ଷ କରିଛନ୍ତି । ମହାରାଷ୍ଟ୍ରର ଏକ ଛୋଟ ଗାଁରୁ ସ୍ୱପ୍ନିଲ ଦେଖିଥିଲେ ଅଲମ୍ପିକରେ ପଦକ ଜିତିବାର ସ୍ୱପ୍ନ ।

ଅଗଷ୍ଟ ୬, ୧୯୯୫ ମସିହାରେ କୋଲହାପୁର ଜିଲ୍ଲାର କାମ୍ବଲୱାଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସ୍ୱପ୍ନିଲ । ୨୦୦୯ ମସିହାରେ ମାତ୍ର ୧୪ ବର୍ଷ ବୟସରେ ତାଙ୍କ ପିତା ସୁରେଶ କୁସାଲେ ତାଙ୍କୁ ମହାରାଷ୍ଠ୍ର ସରକାରଙ୍କ କ୍ରିଡା ପ୍ରଭୋଦିନି କାର୍ଯ୍ୟକ୍ରମରେ ନାମ ଲେଖାଇଥିଲେ । ଏବଂ ଏକ ବର୍ଷର କଠୋର ତାଲିମ ପରେ ସ୍ୱପ୍ନିଲ ନିଜ ପାଇଁ ସୁଟିଂକୁ ବାଛିଥିଲେ । ନିଜ ସ୍ୱପ୍ନକୁ ପୁରଣ କରିବ ପାଇଁ ସେ ଅନେକ ସମସ୍ୟା ସଂଘର୍ଷ ଓ ପ୍ରତିକୂଳ ପରସ୍ଥିତି ଦେଇ ଯାଇଛନ୍ତି । ୧୦ ବର୍ଷରୁ ସେ ସରକାରୀ ଆବାସିକ ବିଦ୍ୟାଳୟରେ ରହିଥିଲେ । ଆଉ ପୁଣେରେ ନିଜେ ଏକ ଟିଟି ବା ରେଲୱେରେ ଟିକେଟ୍ କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ । ସେ ଧୋନଙ୍କ ଠୁ ଏସବୁ ପ୍ରେରଣା ପାଇଥିବା ମଧ୍ୟ କହିଛନ୍ତି । ୨୦୧୫ ରେ ସ୍ୱପ୍ନିଲ ଏସୀୟ ସୁଟିଂ ଚମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସିଲ କରିଥିଲେ ।

ତେବେ ନିଜର ଏକ ରାଇଫଲ କିଣିବ ପାଇଁ ସେ ଟିକେଟ୍ ସଂଗ୍ରହକାରୀ ଭାବେ କାର୍ଯ୍ୟ କରି ଟଙ୍କା ସଂଞ୍ଚୟ କରିଥିଲେ । ଆଉ ଶେଷରେ କିଣିଥିଲେ ମଧ୍ୟ । ସେହିଭଳି ୨୦୧୭ ରେ ସ୍ୱପ୍ନିଲ ଧିରେ ଧିରେ ବୃଦ୍ଧି ପାଇଲ ଏବଂ ୨୦୧୭ ରେ ବ୍ରିସବେନରେ ଆୟୋଜିତ କମନ ୃୱେଲ୍‌ଥ ଚାମ୍ପିଅନସିପ୍‌ରେ ୫୦ ମିଟର ରାଇଫଳ ବ୍ରୋଞ୍ଚ ଜିତିଥଲେ । ୨୦୨୧ ଆଇଏସଏସଏଫ୍ ସୁଟିଂ ବିଶ୍ୱକପ୍ ରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିଥିଲେ । ୨୦୨୨ ଏସୀୟ ଗେମ୍ସରେ ଆଉ ଏକ ବିଜୟ ହାସଲ କରିଥିଲେ । ଯଦିଓ କାଇରୋରେ ୨୦୨୨ ବିଶ୍ୱ ଚାମ୍ପିଅନସିପ୍‌ରେ ସ୍ୱପ୍ନିଲ ଚତୁର୍ଥ ସ୍ଥାନ ପାଇଥିଲେ ।

Leave a Reply

Your email address will not be published. Required fields are marked *