Pratidin TV

Odisha's Digital News Platform

ଭୋଟରଙ୍କ ଧାଡିରେ ଓଲିଉଡ଼ ତାରକା , ମତ ଅଧିକାର ସାବ୍ୟସ୍ତ କରି ଭୋଟଦେବାକୁ ଜନସାଧାରଣ ଙ୍କୁ କଲେ ଅପିଲ ..

1 min read

ଭୋଟରଙ୍କ ଧାଡିରେ ଓଲିଉଡ଼ ଷ୍ଟାର। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ କରିଲେ ମତଦାନ । ଆଜି ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ହେଉଛି ଭୋଟ । ତେବେ ଏହାରିମଧ୍ୟରେ ଓଲିଉଡର ସେଲିବ୍ରେଟି  ନିଜ ମତ ସାବ୍ୟସ୍ତ କରିଛନ୍ତି ।

ଏଥିସହ ଏହି ସମୟରେ ଲୋକଙ୍କୁ ମଧ୍ୟ ଭୋଟ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ଓଲିଉଡ ଅଭିନେତା ତଥା ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଭୁବନେଶ୍ୱରର ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି । ଧାଡିରେ ଠିଆ ହୋଇ ସେ ଭୋଟ ଦେଇଛନ୍ତି   । ଯାହାର ଫଟୋ ସେ ତାଙ୍କ   ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଏହି ଫଟୋ ସେୟାର କରି ଲେଖିଛନ୍ତି, ”ଗଣତନ୍ତ୍ରର ମହାପର୍ବ ମତଦାନର ପର୍ବରେ ମୁଁ ସାମିଲ ହେଲି । ଭୋଟ ଦେଇ ମୋର ସାମ୍ବିଧାନିକ ଅଧିକାର ଓ ଦାୟିତ୍ଵକୁ ସାବ୍ୟସ୍ତ କରିଲି । ଆପଣମାନେ ମଧ୍ୟ ନିଜ ଅଧିକାର ଓ ଦାୟିତ୍ଵକୁ ସାବ୍ୟସ୍ତ କରନ୍ତୁ ।

Advertisement

ବିକଶିତ ଦେଶ ଓ ସମାଜ ଗଠନ ପାଇଁ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ।” ସେହିପରି ଓଲିଉଡର  ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଆଜି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ ଦେଇଛନ୍ତି  ।

ନିଜ ପତ୍ନୀଙ୍କ ସହ ଅଭିନେତା ବାବୁସାନ ମହାନ୍ତି, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଅନୁ ଚୌଧୁରୀ ଭଳି ଅନେକ ତାରକା ଭୁବନେଶ୍ୱରର ବିଭିନ୍ନ ବୁଥରେ ନିଜ ମତଦାନ କରିଛନ୍ତି । ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଫ୍ୟାନ୍ସ ଏବଂ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *