Pratidin TV

Odisha's Digital News Platform

ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ିବା ଘଟଣା; ୯ ଜଣଙ୍କୁ ଉଦ୍ଧାର କଲା INS ତେଗ୍, ଏବେ ମଧ୍ୟ ୭ ନିଖୋଜ

1 min read

ଓମାନ ନିକଟ ସମୁଦ୍ରରେ ବୁଡି ଯାଇଥିବା ତେଲ ଟ୍ୟାଙ୍କର ଜାହାଜର ୯ ଜଣ କ୍ର୍ୟୁ ସଦସ୍ୟଙ୍କୁ ଭାବେ ସୁରକ୍ଷିତ କରାଯାଇଛି | ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ୧୩ ଭାରତୀୟଙ୍କ ମଧ୍ୟରୁ ୯ ଜଣ ଉଦ୍ଧାର ହୋଇଛନ୍ତି । ନିଖୋଜ ହେବାର ୪୮ ଘଣ୍ଟା ପରେ ବି ଆଉ ୪ ଜଣଙ୍କର କୌଣସି ସନ୍ଧାନ ମିଳିନି।

ନିଖୋଜ ମାନଙ୍କୁ ଖୋଜିବା ଲାଗି ଭାରତୀରେ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନଏସ୍ ତେଗ୍ ସର୍ଚ୍ଚ ଅପରେସନରେ ଜାରି ରଖିଛି। ଭାରତର ସାମୁଦ୍ରିକ ସର୍ଭିଲାନ୍ସ ବିମାନ P-81କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଥିଲା।

ସୂଚନା ଅନୁଯାୟୀ, ଗତ ସୋମବାର ଓମାନ୍ ସମୁଦ୍ରରେ ପ୍ରେଷ୍ଟିଜ୍‌ ଫାଲ୍‌କନ୍‌ ନାମକ ତେଲ୍ ଟ୍ୟାଙ୍କର ବୁଡିଯାଇଥିଲା | ଏହି ଜାହାଜରେ ୧୩ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ଥିଲେ। ବର୍ତ୍ତମାନ ଜାହାଜର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା କାର୍ଯ୍ୟ କରୁଛି |

ଓମାନରେ ଥିବା ଭାରତୀୟ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଜାହାଜର ବୁଡ଼ିଯିବା ବିଷୟରେ ସୂଚନା ପାଇବା ମାତ୍ରେ ଓମାନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନାବିକମାନଙ୍କ ପାଇଁ ସର୍ଚ୍ଚ ଓ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲା |

Leave a Reply

Your email address will not be published. Required fields are marked *