Pratidin TV

Odisha's Digital News Platform

ଲକ୍ଷ୍ମୀ ବସ ପରି ଗେରୁଆ ରଙ୍ଗ ହୋଇଗଲା  ଓମ୍‌ଫେଡ୍‌ କ୍ଷୀର ..

1 min read

ଲକ୍ଷ୍ମୀ ବସ ପରି ଗେରୁଆ ରଙ୍ଗ ହୋଇଗଲା  ଓମ୍‌ଫେଡ୍‌ କ୍ଷୀର। ଗେରୁଆ ରଙ୍ଗ ପ୍ୟାକେଟ୍‌ରେ ବଜାରକୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଛି ଓମ୍‌ଫେଡ୍‌ କ୍ଷୀର।  ଯାହାର ଫଟୋ ଏବେ  ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ସରକାର ବଦଳିଲା ପରେ ଏବେ କ୍ଷୀରରେ ମଧ୍ୟ ଗେରୁଆ ରଙ୍ଗ ଲାଗିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ପୂର୍ବରୁ ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ୍‌ ନୀଳ ଓ ୨ ପ୍ରକାରର ଗୋଲାପୀ ରଙ୍ଗରେ ଉପଲବ୍ଧ ହେଉଥିଲା। ପୂର୍ବରୁ ଓମ୍‌ଫେଡ୍‌ର କମଳା ରଙ୍ଗ ପ୍ୟାକେଟରେ ଚା’ ସ୍ପେଶାଲ କ୍ଷୀର ମିଳୁଥିଲା। ମାତ୍ର ତାହାର ଭଲ ବିକ୍ରି ହେଉ ନ ଥିଲା। ଏହି ପ୍ରଡକ୍ଟ ହେଉଛି ତାହାର ହାୟର ଭର୍ସନ। ଏଥିରେ ଅଧିକ ଫ୍ୟାଟ୍‌ ରହିଛି, ଯାହାକୁ ଗୃହିଣୀ, ଚା ଦୋକାନୀ ସମସ୍ତଙ୍କୁ ପସନ୍ଦ ଆସିବ। ଆମର ପ୍ରତିଯୋଗୀଙ୍କ ପାଖରେ ଏହି ଗୁଣ ଓ ମାନର କ୍ଷୀର ନାହିଁ। ବର୍ତ୍ତମାନ ତାହାର ମାର୍କେଟ ଟ୍ରାଏଲ କରାଯାଉଛି। ସରକାରଙ୍କ ସହ ଆଲୋଚାନା କରିବା ପରେ ଆସନ୍ତା ୧୦/୧୫ ଦିନ ଭିତରେ ବଜାରକୁ ନିୟମିତ ଭାବେ ଛଡାଯିବ।

Leave a Reply

Your email address will not be published. Required fields are marked *