ପୁଣି ବଢିଲା ଓମ୍ଫେଡ୍ କ୍ଷୀର ଦାମ୍ ; ଏପ୍ରିଲ ୧ ରୁ ଲାଗୁ ହେବ ନୂଆ ଦର , ଜାଣନ୍ତୁ କେତେ ?
1 min readଭୁବନେଶ୍ୱର : ପୁଣି ବଢିଲା ଓମଫେଡ୍ କ୍ଷୀର ଦାମ୍ । ଗୋଖାଦ୍ୟ,ଚାରା,ଔଷଧ,ଇନ୍ଧନ ଆଦିରେ କଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମ୍ଫେଡ୍ ପକ୍ଷରୁ କ୍ଷୀର ମୂଲ୍ୟରେ ୨ ଟଙ୍କା ବଢାଇ ଦିଆଯାଇଛି । ଚଳିତ ବର୍ଷ ଏପ୍ରିଲ ୧ ରୁ ଏହି ନୂଆ ଦର ଲାଗୁ ହେବ । ଓମଫେଡ୍ ୫୦୦ ମିଲି କ୍ଷୀର ଉପରେ ୨ ଟା ବୃଦ୍ଧି ହୋଇଛି ।
ତେବେ ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩କୁ ବୃଦ୍ଧି ପାଇଛିା ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛିା ଚା’ ସ୍ପେସିଆଲ୍ କ୍ଷୀର ୨୩ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି ।
ଓମଫେଡ୍ କ୍ଷୀର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହା ଉପରେ ଅନେକ ଲୋକ ନିର୍ଭର କରନ୍ତି । ଛୋଟ ଶିଶୁ ଠାରୁ ଆରମ୍ଭ କରି ବୁଢା,ବୁଢୀ , ରୋଗୀ ଇତ୍ୟାଦି ଏହି ଓମଫେଡ୍ ଉପରେ ନିର୍ଭରଶୀଳ । ଯଦି ଲଗାତର ଏଭଳି କ୍ଷୀରର ମୂଲ୍ୟ ବୃଦ୍ଧି ପାଇବ ତାହା ଖାଉଟିଙ୍କ ମାନଙ୍କ ଦୈନନ୍ଦିନ ଜୀବନ କଷ୍ଟସାଧ୍ୟ ହୋଇପଡିବ ବୋଲି କହିଛନ୍ତି ଲୋକେ ।