Pratidin TV

Odisha's Digital News Platform

ନୂଆ ଦାୟିତ୍ୱରେ ବିଜୟ ଅମୃତା କୁଲାଙ୍ଗେ , ବନିଲେ ଓମ୍‌ଫେଡ୍ ଏମ୍‌ଡି ।

1 min read

ଭୁବନେଶ୍ୱର ; ନୂଆ ଦାୟିତ୍ୱରେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ । ଏକ ମାସ ପରେ ଛୁଟିରୁ ଫେରି ନୂଆ ଦାୟିତ୍ୱ ସମ୍ଭାଳିବେ କୁଲାଙ୍ଗେ । ଆଜି ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡର ନୂଆ ଗଊ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।

ଗତ ୨୩ ତାରିଖରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ସିଟିଂ ଫି ବୃଦ୍ଧି ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମରେ କହିଥିଲେ । ଏମିତି କି ବର୍ଦ୍ଧିତ ସିଟିଂ ଫି ବାବଦରେ ଘୋଷଣା ମଧ୍ୟ କରିଦେଇଥିଲେ । ସିଟିଂ ଫି ବାବଦରେ ୭ ଶହ ଟଙ୍କା ପାଉଥିବା କର୍ପୋରେଟରମାନେ ୧୦ ହଜାର, ମେୟରଙ୍କୁ ୫୦ ହଜାର ଓ ଡେପୁଟି ମେୟରଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି କର୍ପୋରେସନ ବୈଠକରେ ବିଏମସି କମିଶନର କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *