ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ଭକ୍ତ ସାଲବେଗ ପୀଠରେ ଆଲୋଚନା ଚକ୍ର ଅନୁଷ୍ଠିତ…
1 min readଭକ୍ତ ସାଲବେଗ ପୀଠରେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ଆଲୋଚନା ଚକ୍ର । “ଶ୍ରୀ ଜଗନ୍ନାଥ ଓ ଶାକ୍ତ ପରମ୍ପରାଞ୍ଚ ଶୀର୍ଷକ ଆଲୋଚନାଚକ୍ର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ଅପରାହ୍ନରେ ସାଲବେଗ ପୀଠରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ବେଦପାଠ ସହିତ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ସଭାକୁ ଉଦଘାଟନ କରିଥିଲେ । ତାଙ୍କର ବକ୍ତବ୍ୟରେ ସେ କହିଥିଲେ- ଜଗନ୍ନାଥଙ୍କ କ୍ଷେତ୍ରରେ ଶାକ୍ତ ପରମ୍ପରା ଅତି ପ୍ରାଚୀନ ତଥା ଶାକ୍ତ ପୀଠ,ପୁରୀ ରୂପେ ପ୍ରସିଦ୍ଧି ଅର୍ଜନ କରିଛି ।ଜଗନ୍ନାଥ ନିଜେ ଶାକ୍ତ ସୂରୁପ । ଏହି ସଭାରେ ସମ୍ପାଦକ ଡ. ଶଶିକାନ୍ତ ରଥ ସ୍ୱାଗତ ଭାଷଣ ସହ ସଭାର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ରୂପେ ବାବା ବ୍ରଜବନ୍ଧୁ ଦାସ ଯୋଗଦେଇ ସଂକୀର୍ତନ,ଭଜନ ଓ ଜଣାଣ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କର ଗୁଣଗାନ ସହ ଶାକ୍ତ ପରମ୍ପରାର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ସଭାରେ ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଡ. ବଳରାମ ଦାଶ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ।ଶ୍ରୀ ଜଗନ୍ନାଥ ଓ ଶାକ୍ତ ଚେତନାର ଉତ୍ପତ୍ତି ସମ୍ପର୍କରେ ସେ ଆଲୋଚନା କରିଥିଲେ ।ସମ୍ମାନିତ ଅତିଥି ରୂପେ ପ୍ରୋ.ଗୌରପ୍ରିୟା ଦାଶ, ଅନାମ ଚରଣ ସାହୁ, ମନୋଜ କୁମାର ରଥ, ଦିବାକର ଷଡଙ୍ଗୀ, ବିଶିଷ୍ଟ ଅତିଥି ରୂପେ ପଣ୍ଡିତ ହରିହର କର, ଅନ୍ୟତମ ଅତିଥି ଶ୍ୟାମପ୍ରକାଶ ସେନାପତି ଯୋଗଦେଇ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଓ ଶାକ୍ତ ପରମ୍ପରା ଅନନ୍ୟ ଓ ସମଗ୍ର ବିଶ୍ୱରେ ଏହା ବିରଳ ପରମ୍ପରା ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ ।ଏହି ଅବସରରେ ସମ୍ମାନିତ ଅତିଥି ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶ୍ରୀମତୀ ସୁଧାଂଶୁବାଳା ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା କୁମାରୀ ମହାପାତ୍ର, ଡ. ନୃସିହାନନ୍ଦ ମହାପାତ୍ର, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ ଓ ଶ୍ରୀମତୀ ପୌର୍ଣ୍ଣମାସୀ ଦେବୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।ପରିଶେଷରେ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ପରିପ୍ରେକ୍ଷୀରେ ଭକ୍ତି ଦୟଣା ନାମକ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ପଣ୍ଡିତ ଦୟାନିଧି ପଣ୍ଡା, ଅଂଶୁମାନ ଜେନା, ସ୍ନେହଲତା ରଥ, ଡ. ଅଜୟାନନ୍ଦ ସାହୁ, ବାସୁଦେବ ସାହୁ, ଡ. ଅଜୟ କୁମାର ପାଣ୍ଡେ ପ୍ରଭୃତି ଅଂଶଗ୍ରହଣ କରିଥିଲେ ।