Pratidin TV

Odisha's Digital News Platform

ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଦେଲେ ବଡ ଖୁସି ଖବର; ସିଗାରେଟ ଛାଡିଲେ କିଙ୍ଗଖାନ

1 min read

ବଲିଉଡ ଅଭିନେତା ଶାହାରୁଖ ଖାନ ଆଜି ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି।ଗତ ନଭେମ୍ବର ୨ ତାରିଖ ଦିନ କିଙ୍ଗ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ପ୍ରଶଂସକ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଶାହାରୁଖ । ଧୁମ୍ରପାନ ଛାଡିଛନ୍ତି ଅଭିନେତା ଶାହାରୁଖ ଖାନ । ଜନ୍ମଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହାରୁଖ ଧୂମ୍ରପାନ ଛାଡିବା କଥା ଘୋଷଣା କରି ସବୁ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଶାହାରୁଖ ଖାନଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ ନାମ ହିଁ ଯଥେଷ୍ଟ।

ଶାହାରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି । ଖୋଲାଖୋଲି ଭାବେ ଶାହାରୁଖ ସିଗାରେଟ ଟାଣୁଥିବା ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳେ । ସୂଚନା ଅନୁଯାୟୀ, ଶାହାରୁଖ ଖାନ ଦିନକୁ ୧୦୦ରୁ ଉର୍ଦ୍ଧ୍ଵ ସିଗାରେଟ ଟାଣୁଥିଲେ । ଗତ କିଛି ବର୍ଷ ହେବ ଶାହାରୁଖ ତାଙ୍କ ଅଭ୍ୟାସ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ସେ ପ୍ରାୟତଃ ତାଙ୍କ ଧୂମ୍ରପାନ ଏବଂ କଫିକୁ ତାଙ୍କର ନିଶା ବୋଲି କହୁଥିଲେ ।

Advertisement

ତେବେ ବର୍ତ୍ତମାନ ନିଜ ଜନ୍ମଦିନରେ ସିଗରେଟ ଉପରେ ଘୋଷଣା କରିଛନ୍ତି | ଧୂମ୍ରପାନ ଛାଡିବାର ଘୋଷଣା କରିବା ପରେ ଜଣେ ପ୍ରଶଂସକ ଅଭିନେତାଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଶାହାରୁଖ କହିଛନ୍ତି ଯେ ‘ଏହା ଖୁସିର ଖବର ଯେ ମୁଁ ଆଉ ଧୂମ୍ରପାନ କରୁ ନାହିଁ’। ଶାହାରୁଖଙ୍କ ଏହି ଘୋଷଣା ପରେ ପୁରା କାର୍ଯ୍ୟକ୍ରମରେ ତାଳି ବାଜୁଥିବା ଶବ୍ଦ ଭିଡିଓରେ ସ୍ପଷ୍ଟ ଜଣାପଡିଥିଲା । ଜଣେ ପ୍ରଶଂସକ ଏହି ଭିଡିଓକୁ ଏକ୍ସରେ ସେୟାର କରିବାର ମାତ୍ର କିଛି ସମୟ ମଧ୍ୟରେ ଏହା ପୁରା ଭାଇରାଲ ହୋଇଯାଇଛି।

ଶାହାରୁଖ ଖାନଙ୍କ ପତ୍ନୀ ତଥା ଜଣାଶୁଣା ଇଣ୍ଟେରିୟର ଡିଜାଇନର ଗୌରୀ ଖାନ୍ ଶନିବାର ତଥା ନଭେମ୍ବର ୨ତାରିଖ ଦିନ ମୁମ୍ବାଇରେ କିଙ୍ଗ୍ ଖାନଙ୍କ ଜନ୍ମଦିନ ପାଳନର ପ୍ରଥମ ଝଲକ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି। ଗୌରୀ ଖାନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ସ୍ୱାମୀ ଏବଂ ବଲିଉଡ ସୁପରଷ୍ଟାରଙ୍କ ୫୯ତମ ଜନ୍ମଦିନ ପାର୍ଟିର ପ୍ରଥମ ଫଟୋ ସେୟାର କରିଛନ୍ତି। ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସହ କ୍ୟାପ୍ସନ୍ ହୋଇଥିବା ଏହି ଫଟୋରେ ଗୌରୀ ଖାନ୍ ଏବଂ ସୁହାନା ଖାନ ଶାହାରୁଖ ଖାନ୍ ତାଙ୍କ ଜନ୍ମଦିନର କେକ୍ କାଟିବା ବେଳେ ତାଳି ବଜାଉଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *