Pratidin TV

Odisha's Digital News Platform

ପୁଣି ଓଡିଶା ଗସ୍ତରେ ମ୍ୟାଡାମ ପ୍ରେସିଡେଣ୍ଟ : ଏଥର ବୁଲିବେ କଟକ ଓ ଭଦ୍ରକ ….

ଭୁବନେଶ୍ୱର : ପୁଣି ଓଡିଶା ଗସ୍ତରେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ଖବର ଅନୁଯାୟୀ ଆସନ୍ତା ୨୬ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଏଥର କିନ୍ତୁ କଟକ ଓ ଭଦ୍ରକ ବୁଲିବେ ରାଷ୍ଟ୍ରପତି । ଏନେଇ କଟକ ଓ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। କଟକ ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।

ଆସନ୍ତା ୨୬ ତାରିଖରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉତ୍ସବର ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ତାପରେ ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହା ପରେ ନେତାଜୀ ମ୍ୟୁଜିୟମ ବୁଲି ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ସେହିପରି ୨୭ ତାରିଖରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବରେ ଯୋଗଦେବା ଲାଗି ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *