Pratidin TV

Odisha's Digital News Platform

ଜୁଲାଇ ୬ରେ ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ 

1 min read

ଆଜି ଅର୍ଥାତ ଜୁଲାଇ ୬ ରେ ବସିବ କମିଟି ବୈଠକ | ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖା କ’ଣ ରହିବ ତାହା ହେବ ନିଷ୍ପତି | ଯାହାକୁ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସରେ ଏହି ବୈଠକ ହେବ | ମରାମତି, ଗଣତିକୁ ନେଇ ନିଷ୍ପତି ନିଆଯିବ |

ତେବେ କେଉଁ କେଉଁ ପକ୍ରିୟାରେ ଏହା ହେବ ସେନେଇ ନିଷ୍ପତି ନେବ କମିଟି | ଏହାପରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ଚିତ୍ର ଦେବେ | ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତକାଳୀନ ବିଜେଡି ସରକାର ଅର୍ଜିତ ପଶାୟତଙ୍କ ଅଧକ୍ଷାତେ ଏହି କମିଟି ଗଠନ କରିଥିଲେ | ତେବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରତ୍ନ ଭଣ୍ଡାର ଖୋଲାଯିବ | ମହାପ୍ରଭୁ ନଥିବା ସମୟରେ ଖୋଲାଯିବ ରତ୍ନଭଣ୍ଡାର |

Advertisement

ବହୁ ବିଚାର ପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ଜୁଲାଇ ୫ ତାରିଖ ଦିନ ନିସ୍ସପତି ନିଆଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି | ରତ୍ନଭଣ୍ଡାର କେବେ ଖୋଲିବ ଏବଂ କେଉଁ ପକ୍ରିୟାରେ ଗଣତି ହେବ ଓ କିଏ କିଏ ରତ୍ନଭଣ୍ଡାରକୁ ଯିବେ ସେ ନିଷ୍ପତି ନେବାକୁ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି |

Leave a Reply

Your email address will not be published. Required fields are marked *