Pratidin TV

Odisha's Digital News Platform

ଏକ ତରଫା ପ୍ରେମ : ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ

ରାୟଗଡା : କୁହନ୍ତି ପ୍ରେମ ଚିରନ୍ତନ,ସତ୍ୟ,ପବିତ୍ର ଓ ଆଶାହୀନ । ତେବେ ପ୍ରେମ ଆହୁରୀ ମୂଳ୍ୟବାନ ହୋଇଯାଏ ଯେତେବେଳେ ଏହା ଏକ ତରଫା ହୋଇଥାଏ । କାରଣ ଜଣେ ଜଣଙ୍କୁ ନଜଣେଇକି ବିନା କିଛି ଆଶାରେ କେବଳ ଭଲପାଇଥାଏ ସେହି ମଣିଷଟାକୁ । ଭଗବାନଙ୍କ ପାଖରେ ମାଗିଥାଏ ତା ଦିର୍ଘାୟୁ । କିନ୍ତୁ ଆଜି ଏହାର ଏକ ବିପରୀତ ଘଟଣା ଦେଖିବାକୁ ମିଳିଛି । ଯାହା ପଢିବା ଦ୍ୱାରା ଆପଣଙ୍କ ରୁମ ଟାଙ୍କୁରୀ ଉଠିବ ।ଏକ ତରଫା ପ୍ରେମରେ ପ୍ରଥମେ ଯୁବତୀଙ୍କ ଗଳା କାଟି ହତ୍ୟା କରିବା ସହ ନିଜ ଗଳା ମଧ୍ୟ କାଟିଦେଇଛି ଯୁବକ । ଏଭଳି ଏକ ଭିବତ୍ସ ହତ୍ୟା ଘଟିଛି ରାୟଗଡା ଜିଲ୍ଲା ଟିକିରି ଥାନା ଊଷାପଡା ଗ୍ରାମରେ ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ଏହାପରେ ଯୁବକ ଜଣଙ୍କ ରାସ୍ତା ଉପରେ ଯୁବତୀଙ୍କୁ ଅଟକାଇ ପ୍ରେମର ନିବେଦନ କରିଥିଲେ । ଯୁବତୀଜଣଙ୍କ ତାଙ୍କ ନିବେଦନକୁ ଗ୍ରହଣ ନକରିବାରୁ ରାଗରେ ସେ ଯୁବତୀଙ୍କ ଉପରକୁ ଏକ ଛୁରା ଦ୍ୱାରା ଆକ୍ରମଣ କରିଥିଲେ । ଯୁବତୀ ଜଣଙ୍କର ବେକରେ ଗଭୀର ଆଘାତ ଲାଗିଥିବାରୁ ସେହିଠାରେ ହିଁ ଟଳିପଡିଥିଲେ ସେ । ତେବେ ଘଟଣା ସ୍ଥଳରେ ଯୁବତୀଙ୍କ ଆଉ ଜଣେ ସାଙ୍ଗ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଯାଇ ଆଘାତ ହୋଇଥିଲେ । ଏହାପରେ ଯୁବକ ଜଣଙ୍କ ଶେଷରେ ଉକ୍ତ ଛୁରା ଦ୍ୱାରା ନିଜ ତଣ୍ଟି ମଧ୍ୟ କାଟିଦେଇଥିଲେ ।

ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ମଧ୍ୟ ଉକ୍ତ ଚିକିତ୍ସାଳୟରେ ପହଞ୍ଚିଥିବା ସୂଚନା ମିଳିଛିା

Leave a Reply

Your email address will not be published. Required fields are marked *