Pratidin TV

Odisha's Digital News Platform

ଗୁରୁ ଦିବସରେ ସୁର କହିଦେଲେ ଗୁରୁଙ୍କ ନାଁ ।

ରାଜନୀତିର ଚର୍ଚ୍ଚିନା କଂଗ୍ରେସ ମ୍ୟାନ୍ ସୁରେଶ ରାଉତ ରାୟ । ନିର୍ଡର ହୋଇ ରାଜନୀତିରେ ଖୋଲାକଥା କହୁଥିବାରୁ ପ୍ରାୟ ସବୁବେଳେ ନ୍ୟୁଜର ଫ୍ରଣ୍ଟ ଲାଇନ୍‌ରେ ଥାନ୍ତି ସୁର । ଅବଶ୍ୟ ଚଳିତ ବର୍ଷଟି ରାଜନୀତିରେ ସୁରଙ୍କ ପାଇଁ ଖୁବ୍ ଭାରି ରହିଛି । କିନ୍ତୁ ସେ ହାର୍ ମାନିନାହାନ୍ତି କି ମନୋବଳ ଭାଙ୍ଗିନାହାନ୍ତି । ଦୁଇ ପୁଅ ଦୁଇ ଦଳରୁ ଟିକେଟ୍ ପାଇ ହାରିବା ପରେ ସୁରଙ୍କୁ ମଧ୍ୟ କଂଗ୍ରେସରୁ ବହିଷ୍କାର ସାମ୍ନା କରିବାକୁ ପଡିଥିଲା । ତେବେ ଏସବୁ ଭିତରେ କିନ୍ତୁ ସୁର ଓଡିଶାବାସୀଙ୍କ ସାମ୍ନାକୁ ଆସି ରାଜନୀତିଠୁ ଆରମ୍ଭ କରି ଲୋକଙ୍କ ହିତ ପାଇଁ ଟିକ୍ ନିକ୍ ଖବର ଦିଅନ୍ତି । ଆଜି ଗୁରୁଦିବସରେ ସୁର ଏକ ବଡ କଥାର ଖୁଲାସା କରିଛନ୍ତି । ରାଜନିତୀରେ ଏହି ଚର୍ଚ୍ଚିତ ମୁହଁ ସୁର ଭାଇଙ୍କ ଗୁରୁ ବା ମାର୍ଗଦର୍ଶକ କିଏ ବୋଲି ଗଣମାଧ୍ୟମ ଆଗରେ ଆଜି ଖୋଲି କହିଛନ୍ତି ସୁର । ପାଠ ପଢାଠୁ ଆରମ୍ଭ କରି ରାଜନୀତିରେ ତାଙ୍କୁ ସଠିକ୍ ମାର୍ଗ ଦେଖାଇଥିବା ବ୍ୟକ୍ତି କିଏ ? ଆସନ୍ତୁ ଜାଣିବା …..

Leave a Reply

Your email address will not be published. Required fields are marked *