ପ୍ରଥମ ଦିନ ରେ ବେଦମାତା ବେଶ ରେ ଦର୍ଶନ ଦେଲେ ମା ଭଦ୍ରକାଳୀ…
1 min readଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ର ଆଜିଠୁ ଆରମ୍ଭ ହୋଇଛି ସପ୍ତ ଦିବାସୀୟ ମହାଯଜ୍ଞ। ବିଶ୍ୱ ଶାନ୍ତି କଲ୍ୟାଣ ପାଇଁ ମା ଆଜି ପ୍ରଥମ ଦିବସରେ ଭକ୍ତ ମାନଙ୍କୁ ବେଦମାତା ବେଶ ରେ ଦର୍ଶନ ଦେଉଛନ୍ତି। କୁମ୍ବଦନ୍ତୀ ଅନୁଯାୟୀ କୁହାଯାଏ ମା ଭଦ୍ର କାଳୀ ଙ୍କ ନାମ ଅନୁସାରେ ଜିଲ୍ଲାର ନାମ ଭଦ୍ରକ ରଖାଯାଇଛି। ବର୍ଷକ ମଧ୍ୟରେ ସମସ୍ତ ପୂଜା ଠୁ ମା ଙ୍କ ର ଏହି ପର୍ବ ଟି ସବୁଠୁ ଭିନ୍ନ ଥାଏ। ମା ସାତ ଦିନ ବ୍ୟାପି ଭକ୍ତ ମାନଙ୍କୁ ମା ଙ୍କ ର ବିଭିନ୍ନ ବେଶ ରେ ଦର୍ଶନ ଦେବେ ଆଜି ପ୍ରଥମ ଦିନରେ ମା ବେଦ ମାତା ବେଶ ରେ ଦର୍ଶନ ଦେଉଛନ୍ତି ।
ହାତରେ ଖଡ୍ଗ ଅନ୍ୟ ଏକ ହାତରେ ପଦ୍ମ ଧରି ମା ଦର୍ଶନ ଦେଉଛନ୍ତି। ବିଶ୍ୱାସ ଅଛି ଯେ ଏହି ଦିନରେ ମାଙ୍କୁ ଦର୍ଶନ କଲେ ମା ଭକ୍ତ ଙ୍କ ମନ ବାଞ୍ଛା ପୂରଣ କରିଥାନ୍ତି। ସେଥିପାଇଁ ଆଜି ମା ଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତ ରୁ ଲୋକେ ଆସିଥାନ୍ତି। ସେହିପରି ପୀଠ ଦେବୀଙ୍କ ପୂଜା ସହ ଭଦ୍ରକ ଚରମ୍ପା ରେ ମୃଣ୍ମୟୀ ମୂର୍ତ୍ତି ପୂଜା ହେବ। ଓଡିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ଚଳଚଞ୍ଚଳ ହେଲାଣି ଭଦ୍ରକ ଆଜି ମଧ୍ୟ ରାତ୍ରରୁ ମା ପୂଜା ପାଇ ୯ ଦିନ ପର୍ଯ୍ୟନ୍ତ ଭକ୍ତ ଙ୍କୁ ଦର୍ଶନ ଦେବେ।