Pratidin TV

Odisha's Digital News Platform

ଆଜି କ୍ରିକେଟ୍ ଇତିହାସର ଖାସ୍ ଦିନ , ଜାଣନ୍ତୁ କଣ ହେଇଥିଲା ?

1 min read

ନୂଆଦିଲ୍ଲୀ : ୫ ଜାନୁଆରୀ ୧୯୭୧ ମସିହାରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଜିତିଥିଲା । ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୩୯.୪ ଓଭରରେ ୧୯୦ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଇତିହାସରେ ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ୫ ଉଇକେଟରେ ଜିତିଥିଲା । ମ୍ୟାଚ୍ରେ ୮୨ ରନ୍ର ଇନିଂସ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ ଏଡ୍ରିଚଙ୍କୁ ଖେଳାଳି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହିପରି ଭାବରେ, ଦିନିକିଆ ଇତିହାସରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇବାରେ ଏଡ୍ରିଚ ଦୁନିଆର ପ୍ରଥମ କ୍ରିକେଟର ହୋଇଥିଲେ । ପ୍ରଥମ ଦିନିକିଆରେ ଉଭୟ ଦଳ ପାଇଁ ୪୦-୪୦ ଓଭର ସ୍ଥିର ହୋଇଥିଲା । ଗୋଟିଏ ଓଭର ୮ଟି ବଲ ହେବ ବୋଲି ନିଷ୍ପତି ନିଆଯାଇଥିଲା । କୌଣସି ବୋଲର ମ୍ୟାଚରେ ୫ ଓଭରରୁ ଅଧିକ ବୋଲିଂ କରିବେ ନାହିଁ ବୋଲି କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *