Pratidin TV

Odisha's Digital News Platform

ଲୋକମାନଙ୍କ ପାଇଁ ୨୧ ଦିନ ଉପାସରେ ରହିଲେ ଫୁନସୁକ ୱାଙ୍ଗଡୁ , କହିଲେ ଏହା ମୋ ପାଇଁ ବଡ ସଫଳତା ..

1 min read

ସାଂପ୍ରତିକ ସମୟର ଅନ୍ୟତମ ସର୍ବାଧିକ ହିଟ୍ ସିନେମା ‘ଥ୍ରି ଇଡିଅଟ୍‌ସ’ରେ ଅମୀର ଖାଁଙ୍କ ଅଭିନୟ ଦ୍ୱାରା ଜୀବନ୍ତ ହୋଇ ଉଠିଥିବା ଚରିତ୍ର ରାଂଚୋ ଓରଫ ଫୁନସୁକ ୱାଙ୍ଗଡୁ ଦ୍ୱାରା ବିମୋହିତ ଅନେକ ଦର୍ଶକ ହୁଏତ ଅବଗତ ନ ଥିବେ ଯେଉଁ ବାସ୍ତବ ଚରିତ୍ରଙ୍କ ଦ୍ୱାରା ତାହା ଅନୁପ୍ରେରିତ, ସେ ହେଉଛନ୍ତି ସୋନମ ୱାଙ୍ଗଚୁକ । ଯିଏ ଆଜିକୁ ୨୧ ଦିନ ହେବ ଲଦାଖର ବିଯୁକ୍ତ ୨୦ ଡିଗ୍ରି ସେଲସିଅସରୁ ନିମ୍ନତର ତାପମାତ୍ରାରେ ସଂପୂର୍ଣ୍ଣ ଖୋଲା ଆକାଶ ତଳେ ପ୍ରତିବାଦ ଅନଶନରେ ବସିଥିଲେ । ପ୍ରକାଶ ଥାଉ କି ଶିକ୍ଷା ଏବଂ ତାଲିମରେ ଜଣେ ଇଂଜିନିଅର ୱାଙ୍ଗଚୁକ ଏକାଧାରରେ ଜଣେ ଆବିଷ୍କାରକ, ପଥ-ପ୍ରଦର୍ଶକ, ଶିକ୍ଷାବିତ୍‌, ପର୍ଯ୍ୟାବରଣ ଚିନ୍ତକ ଏବଂ ରକ୍ଷକ, ଗାନ୍ଧୀବାଦୀ ଜନନେତା, ଯିଏ ଲଦାଖର ଆସନ୍ନ ବିପତ୍ତି ସକାଶେ ଉଦ୍‌ବିଗ୍ନ ହୋଇ ଏହି ଆନ୍ଦୋଳନର ସୂତ୍ରପାତ ଘଟାଇଥିଲେ । ଲଦାଖକୁ ସମ୍ବିଧାନର ଷଷ୍ଠ ସୂଚୀ ଅଧିନକୁ ଆଣିବା ତାଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି । ଏହି ଅନଶନ ଲଦାଖ ପାଇଁ ରାଜ୍ୟ ତଥା ସୂକ୍ଷ୍ମ ହିମାଳୟ ପରିବେଶର ସୁରକ୍ଷା ପାଇଁ ଥିଲା । ତେବେ ଆଗକୁ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ୱାଙ୍ଗଚୁକ୍ କହିଛନ୍ତି ।

ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ କେନ୍ଦ୍ର ସରକାର ୪ ବର୍ଷ ପୂର୍ବେ ଏନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେଥିରୁ ପଛଘୁଞ୍ଚା ଦେଉଛନ୍ତି । ଶୂନ ଡିଗ୍ରୀ ତାପମାତ୍ରାରେ ସୋନମ ‘କ୍ଲାଇମେଟ୍ ଫାଷ୍ଟ’ ଜାରି ରଖିଥିଲେ । ସେ କେବଳ ପାଣି ଏବଂ ଲୁଣ ଖାଉଛନ୍ତି । ନିକଟରେ ସେ କହିଥିଲେ ଯେ ଅନ୍ୟ ଆନ୍ଦୋଳନକାରୀଙ୍କ ସହ ସେ ଶୀଘ୍ର ଏକ ସୀମା ପଦଯାତ୍ରା କରିବାକୁ ଯାଉଛନ୍ତି ଯାହା ବାହ୍ୟ ଜଗତକୁ ବାସ୍ତବତା ସହ ଅବଗତ କରାଇବ । ମାର୍ଚ୍ଚ ୨୪ ରେ, କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ (କେଡିଏ) ମଧ୍ୟ ୱାଙ୍ଗଚୁକ୍‌ଙ୍କ ସହ ଏହି ବିରୋଧ ପ୍ରଦର୍ଶନ କରିଥିଲା । ୱାଙ୍ଗଚୁକ୍‌ଙ୍କ ଦାବି ହେଉଛି ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ, ଲେହ ଏବଂ କାର୍ଗିଲ ପାଇଁ ଗୋଟିଏ ସଂସଦୀୟ ଆସନ ଏବଂ ସମ୍ବିଧାନର ଷଷ୍ଠ ସୂଚୀ କାର୍ଯ୍ୟକାରୀ କରିବା । ଏହି କାରଣରୁ ସେ ଗତ ୨୧ ଦିନ ଧରି ଶୂନଠାରୁ କମ୍ ତାପମାତ୍ରାରେ ଲେହରେ ଅନଶନରେ ବସିଛନ୍ତି ।

Advertisement

ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ସେମାନଙ୍କ ପ୍ରଦର୍ଶନରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ୨୦୧୯ ରେ ଜମ୍ମୁ-କଶ୍ମୀରରୁ ୩୭୦ ଉଛେଦ ହେବା ପରେ ମାତ୍ରେ ଉଭୟ ରାଜ୍ୟର ସ୍ୱତନ୍ତ୍ର ସାମ୍ବିଧାନିକ କ୍ଷମତା ସମାପ୍ତ ହୋଇଯାଇଥିଲା । କେନ୍ଦ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେଇଛି କିନ୍ତୁ ଲଦାଖକୁ ଏକ ୟୁନିଅନ ଟେରିଟୋରୀ(କେନ୍ଦ୍ରଶାସିତ ଅଞ୍ଚଳ)ରେ ପରିଣତ କରିଛି । ୱାଙ୍ଗଚୁକ କହିଛନ୍ତି ଯେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଏହାର ଶାସନ କେନ୍ଦ୍ର ଦିଲ୍ଲୀରୁ ହେଉଛି । ଏହି କାରଣରୁ ଏଠାକୁ ଆସୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ କେବଳ ପରିବେଶକୁ ଖରାପ କରୁନାହାନ୍ତି, ବରଂ ଏଠାକାର ଲୋକଙ୍କ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ । ତେବେ ଏହି ଧର୍ମଘଟରେ ୱାଙ୍ଗଚୁକ୍ କହିଛନ୍ତି ଯେ ତାଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ସମର୍ଥନ ମିଳିଥିଲା । ଅତିକମରେ ୫୦ ଟି ସହରରେ ‘ଫ୍ରେଣ୍ଡସ୍ ଅଫ୍ ଲଦାଖ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଧର୍ମଘଟରୁ କିଛି ହାସଲ କରାଯାଇଛି କି ନାହିଁ ପ୍ରଶ୍ନ ଉପରେ ୱାଙ୍ଗଚୁକ କହିଛନ୍ତି, “ଧର୍ମଘଟ ପରେ ଅନ୍ତତ କ୍ଷରବଗ୍ଦଗ୍ଧ ପକ୍ଷେ ହିମାଳୟ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି । ଲୋକମାନେ ଏହା ବିଷୟରେ କହିବା ଆରମ୍ଭ କରି ଦେଇଛନ୍ତି । ଯାହା ତାଙ୍କ ପାଇଁ ଏକ ବଡ ସଫଳତା ତେବେ ତାଙ୍କର ୨୧ ଦିନର ଧର୍ମଘଟ ସମାପ୍ତ ହୋଇଛି ସେ କହିଥିଲେ ଯେ ଆମେ ନିଜକୁ ଆଘାତ କରିଛୁ ଏବଂ ଅନ୍ୟ କେହି ନୁହଁନ୍ତି ଏବଂ ଆଶା କରୁଛୁ ଯେ ଆମର ସ୍ୱର ସଠିକ୍ ସ୍ଥାନରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *