ପରିବାର ବାଲା କରିଥିଲା ଏମିତି ସାହାର୍ଯ୍ୟ , ୧୪ ବର୍ଷ ପରେ ଖୋଜି ଖୋଜି ଋଣ ସୁଝିବାକୁ ଆସିଲେ DSP
1 min read୧୪ ବର୍ଷରୁ ପରିବା ବାଲାକୁ ଖୋଜି ବୁଲୁଥିଲେ ଡିଏସପି । ହଠାତ୍ ରାସ୍ତା କଡରେ ଦେଖି ପୋଲିସ ଗାଡି ଅଟକାଇ କୁଣ୍ଢାଇ ପକାଇ କାନ୍ଦିଲେ ଡିଏସପି ସାର୍ । ହେଲେ କାହିଁକି ?
ଏପରି ଏକ ଘଟଣା ଭୋପାଲ ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ଯେଉଁଠି ପରିବା ବାଲାକୁ ଡିଏସପି ରାସ୍ତା ଉପରେ ତାଙ୍କ ନାଁ ଧରି ଡାକୁଥିଲେ । ଆଉ ପରିବା ବାଲା ଜଣଙ୍କ ଡରରେ ନିଜ ପରିବା ଦୋକାନରୁ ବାହାରକୁ ଆସିଥିଲେ । ଆଉ ଡରରେ ପଚାରିଥିଲେ ସାର୍ କଣ ହେଇଛି ? କିନ୍ତୁ ଡିଏସପି ଜଣଙ୍କ କିଛି ଉତ୍ତର ନଦେଇ ହଠାତ୍ ପରିବା ବାଲାକୁ କୁଣ୍ଢାଇ କାନ୍ଦିଥିଲେ ।
ତେବେ ଭୋପାଲର ସେହି ପରିବା ବାଲାଙ୍କୁ ସଭିଏଁ ଖୁସିରେ ଖାନ ଭାଇ ଡାକନ୍ତି । ଆଉ ଡିଏସି ତାଙ୍କୁ ଦୀର୍ଘ ୧୪ ବର୍ଷରୁ ଖୋଜୁଥିଲେ । କାରଣ ଖାନ ଭାଇ ଡିଏସପିଙ୍କ ଅସୁବିଧା ସମୟରେ ଅନେକ ସାହାର୍ଯ୍ୟ କରିଥିଲେ । ଏପରିକି ଯେଉଁ ସମୟରେ ଡିଏସପି ସନ୍ତୋଷ ପଟେଲ ନିଜ ଭବିଷ୍ୟତ ପାଇଁ ପାଠ ପଢା ସହ ଛୋଟ ମୋଟ ଚାକିରୀ କରୁଥିଲେ । ସେ ସମୟରେ ତାଙ୍କୁ ଟଙ୍କାର ଅଭାବ ଖୁବ ଥିଲା । କାରଣ ସନ୍ତୋଷଙ୍କ ପରିବାର ଗରିବ ଶ୍ରେଣୀରୁ ଥିଲେ ।
ତେଣୁ ସେ ସମୟରେ ସନ୍ତୋଷ ଅନେକ ଦିନ ଭୋକ ଉପାସରେ କାଟିଦିଅନ୍ତି । ଆଉ ନିଜ ପଢା ଚାଲୁରଖନ୍ତି । କିନ୍ତୁ ଏସବୁ ଭିତରେ ପଟେଲଙ୍କର ଖାନ ଭାଇ ସହ ବନ୍ଧୁତା ହୁଏ ଆଉ ଦୁହେଁ ଖୁବ ନିବିଡ ବନ୍ଧୁ ହୋଇଯାଆନ୍ତି । ଯାହା ଫଳରେ ପଟେଲ ଖାନ ଭାଇଙ୍କୁ ଦୋକାନରେ କିଛି ସାହାର୍ଯ୍ୟ କରିଦେଉଥିବା ବେଳେ , ଖାନ ଭାଇ ଅନେକସମୟରେ ପଟେଲଙ୍କୁ ମାଗଣାରେ ପରିବା ଦେଇଦିଅନ୍ତି । ଏପରି ଅନେକ ଥର ପଟେଲଙ୍କୁ ବିଭିନ୍ନ ଉପାୟରେ ପରିବା ଦୋକାନି ଖାନ ଭାଇ ସାହାର୍ଯ୍ୟ କରିଥିଲେ ।
ତେଣୁ ୧୪ ବର୍ଷ ପରେ ଭୋପାଲ ଫେରି ପଟେଲ ପ୍ରଥମେ ନିଜ ବନ୍ଧୁ ଖାନଙ୍କୁ ଖୋଜି କୁଣ୍ଢାଇ ପକାଇଥିଲେ । ଆଉ ନିଜ ସଫଳତା ପଛରେ ଖାନ ଭାଇଙ୍କୁ ଋଣ ଥିବା କହି ଡିଏସପି ସନ୍ତୋଷ କାନ୍ଦି ପକାଇଥିଲେ ।