Pratidin TV

Odisha's Digital News Platform

ଦିନେ ଅମ୍ବାନୀ ଓ ଆଦାନୀଙ୍କ ଠାରୁ ଧନୀ ଥିଲେ,ହେଲେ ଆଜି ଭଡା ଘରେ ରହୁଛନ୍ତି ବିଜୟପାଟ ସିଙ୍ଗାନିଆ

ଦିନେ ଥିଲେ ଦେଶର ସବୁଠୁ ବଡ ଧନୀ | କିନ୍ତୁ ଏବେ ଭଡା ଘରେ ବିତୁଛି ଜୀବନ | ଭଡା ଘରେ ବିତୁଛି ଜୀବନ | ତେବେ ସେ ମୁକେଶ ଅମ୍ବାନୀଙ୍କୁ ଦେଇଥିଲେ ଟକ୍କର | ତେବେ ବିଶ୍ୱର ଧନୀ ତାଲିକାରେ ରତନ ଟାଟା ଠାରୁ ଆରମ୍ଭ କରି ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ଗୌତମ ଅଦାନୀଙ୍କ ପରି କିଛି ଭାରତୀୟଙ୍କ ନାଁ ରହିଛି | କିନ୍ତୁ ଏହାପୂର୍ବରୁ ଜଣେ ବ୍ୟବସାୟୀ ଖୁବ ଧନୀ ଥିଲେ | ଯାହାର ଥିଲା ଅଚଳାଚଳ ସମ୍ପତି କିନ୍ତୁ ବର୍ତ୍ତମାନ ସେ ସମ୍ପତି ବାଦ ଦେଇ ଭଡା ଘରେ ରହୁଛନ୍ତି ଏବଂ ଦୁର୍ବିସ ସହ ଜୀବନ ବିତାଉଛନ୍ତି |

ସୂଚନା ଅନୁଯାୟୀ, ରେମଣ୍ଡ ଗ୍ରୁପର ଚ୍ୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଗୌତମ ସିଙ୍ଘାନିଆ | ରେମଣ୍ଡର ବଜାରରେ ମୂଲ୍ୟ ପ୍ରାୟ ୧୧ ହଜାର ୫୪୯ କୋଟି ଟଙ୍କା ରହିଛି | ମାତ୍ର ତାଙ୍କ ପିତା ବିଜୟପଠ ସିଙ୍ଘାନିଆଙ୍କ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି | ସମଗ୍ର ରେମଣ୍ଡ ସାମ୍ରାଜ୍ୟର ନେତୃତ୍ୱ ନେଇ ବିଜୟପଠ ସିଙ୍ଘାନିଆ ଭାରତର ସବୁଠୁ ଧନୀ ବ୍ୟକ୍ତି ରହିଥିଲେ | ତେବେ ନାମିଦାମୀ ବ୍ୟବସାୟୀଙ୍କ ଭିତରେ ବିଜୟପଠ ମଧ୍ୟ ଗଣାଯାଉଥିଲେ | ତେବେ ଦାଦା ଜିକେ ସିଙ୍ଘାନିଆଙ୍କ ମୃତ୍ୟୁ ପରେ ବିଜୟପଠ ନେତୃତ୍ୱ ନେଇଥିଲେ | ତେବେ ବିଜୟ ପାଠ ଖୁବ କମ ବୟସରେ ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ |ଦାଦାଙ୍କ ମୃତ୍ୟୁ ପରେ ରେମଣ୍ଡଙ୍କୁ ଅନ୍ୟ ସମ୍ପର୍କୀୟମାନେ ହାତେଇବାକୁ ଅନେକ ଚେଷ୍ଟା କରିଥିଲେ ମାତ୍ର ବିଜୟପଠ ଲୋକପ୍ରିୟତା କରାଇଥିଲେ | କିନ୍ତୁ ବୟସ ବଢିବା ସହିତ ବିଜୟପଠଙ୍କ ସହିତ ତାଙ୍କ ବଡ ପୁଅ ମଧୁପତିଙ୍କ ସହ ସମ୍ପର୍କ ଭଲ ନଥିଲା ଏଭଳି ପରିସ୍ଥିତିରେ ମଧୁପତି ତାଙ୍କ ବାପାଙ୍କ ସମ୍ପତି ଛାଡି ସିଙ୍ଗାପୁର ଚାଲିଯାଇଥିଲେ |

ଏହାପରେ ଗୌତମ ସିଙ୍ଘାନିଆଙ୍କୁ ରେମଣ୍ଡ ନିର୍ଦ୍ଦେଶ ପାଦରେ ପଦାନ୍ବିତ ମିଳିଥିଲା | ବିଜୟପଠ ତାଙ୍କ ସାନ ପୁଅ ଗୌତମ ସିଙ୍ଘାନିଆଙ୍କୁ ରେମଣ୍ଡ ପରିବାରର ଘର ଜେକେ ହାଉସ ପ୍ରଦାନ କରିଥିଲେ | ଏହାର କିଛି ଦିନ ପରେ ଗୌତମ ତାଙ୍କ ପିତାଙ୍କୁ ଘରୁ ବାହାର କରିଦେଇଥିଲେ | ବିଜୟପଠ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କୁ ବର୍ତ୍ତମାନ ଚଳିବା କଷ୍ଟକର ହୋଇପଡିଛି | ବିଳାସପୂର୍ଣ୍ଣ ଘର ଛାଡି ସେ ଏବେ ମୁମ୍ବାଇରେ ଏକ ଭଡା ଘରେ ରହୁଛନ୍ତି | ତେବେ ବିଜୟପଠ ସିଙ୍ଘାନିଆ ଏକ ସଫଳ ବ୍ୟବସାୟୀ ହେବ ସହିତ ସେ ଏକ ଦକ୍ଷ ପାଇଲଟ ଥିଲେ |

Leave a Reply

Your email address will not be published. Required fields are marked *