ପ୍ରାଣ ପ୍ରତିଷ୍ଠାର ୩ ମାସ ମଧ୍ୟରେ ଦର୍ଶନ କରିବାକୁ ଆସିଲେଣି ଦେଢ଼ କୋଟି ଭକ୍ତ
1 min readଏପ୍ରିଲ ୨୨ ତଥା ଆଜିକି ୩ ମାସ ପୂରିଛି ଶ୍ରୀ ରାମଙ୍କ ପ୍ରାଣପ୍ରତିଷ୍ଠା | ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କରିଥିଲେ | ଏହାପରେ ଶ୍ରୀ ରାମଙ୍କୁ ଦର୍ଶନ ପାଇଁ ଜମିଛି ଭକ୍ତଙ୍କ ଭିଡ଼ | ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀ ରାମଙ୍କୁ ଦର୍ଶନ ପାଇଁ ଶ୍ରୀ ରାମଙ୍କ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ଲକ୍ଷେ ଲକ୍ଷେ ଭକ୍ତ କରୁଛନ୍ତି ଆଗମନ |
ତେବେ ଶ୍ରୀ ରାମଙ୍କ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସଂପାଦକ ଚମ୍ପତି ରାୟ କହିଛନ୍ତି ପ୍ରାଣ ପ୍ରତିଷ୍ଠା ହେବ ଦଦିନଠାରୁ ଆଜି କି ୩ ମାସ ମଧ୍ୟରେ ଆସିଛନ୍ତି ଦେଢ଼ କୋଟି ଭକ୍ତ | ବର୍ତ୍ତମାନ ମନ୍ଦିରର ତଳ ମହଲା ତଥା ଯେଉଁଠାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ସେଠାରେ କାର୍ଯ୍ୟ ସମ୍ପନ୍ନ ହୋଇଛି |
ତେବେ ମନ୍ଦିର ନିର୍ମାଣ ବିଷୟରେ କହିବାକୁ ଗଲେ ଏହି ମନ୍ଦିର ୩ ମହଲା ବିଶିଷ୍ଟ ହେବ | ଏବଂ ଭି ମହଲାର ଉଚ୍ଚତା ୨0-୨0 ଫୁଟ ହେବ | ଏହା ଉଚ୍ଚତା ପ୍ରାୟ ୧୬୧ ଫୁଟ ହେବ | ମୋଟ ୨.୭ଏକର ଜାଗାରେ ଚାଲିଛି ଶ୍ରୀ ରାମ ମନ୍ଦିର ନିର୍ମାଣ | ମନ୍ଦିର ନିର୍ମାଣ ଅଧକ୍ଷ କହିଛନ୍ତି ଆଗାମୀ ଡିସେମ୍ବର ୨0୨୪ ସୁଦ୍ଧା ୨ ମହଲା ନିର୍ମାଣ ସମ୍ପନ୍ନ ହେବ | ଏବଂ ଆସୁଥିବା ଦିନରେ ଭକ୍ତମାନେ ୩ର ଯୁଗ ଭଳି ଅନୁଭବ କରିବାକୁ ଲାଗିବେ |