Pratidin TV

Odisha's Digital News Platform

ଚକୋଲେଟ୍ ଖାଇବା ପରେ ଦେଢ ବର୍ଷ ଝିଅର ବିଗିଡିଲା ସ୍ୱାସ୍ଥ୍ୟ , ପରେ କଲା ରକ୍ତ ବାନ୍ତି ..

1 min read

ଚକୋଲେଟ୍ ଖାଇବା ପରେ ରକ୍ତବାନ୍ତି କଲା ଦେଢ ବର୍ଷର କୁନି ଝିଅ । ଏହାପରେ ବିଗିଡିଯାଇଥିଲା କୁନି ଝିଅର ସ୍ୱାସ୍ଥ୍ୟବସ୍ଥା । ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଲୁଧିଆନା ସହରରେ । ଦେଢବର୍ଷର କୁନିଝିଅଟି ଚକୋଲେଟ୍ ଖାଇଥିଲା । ଆଉ ଚକୋଲେଟ୍ ଖାଇବା ପରେ ଧୀରେ ଧୀରେ କୁନିଝିଅଟିର ଅବସ୍ଥା ବିଗିଡିବାରେ ଲାଗିଥିଲା । ପରେ ରକ୍ତବାନ୍ତି କରିଥିଲା ଏ କୁନି । କୁହାଯାଉଛି ଏହି କୁନି ଝିଅ ପାଇଁ ଚକୋଲେଟ୍ ସେହି ସହରରୁ କିଣାଯାଇଥିଲା , ଯେଉଁ ସହରରୁ ନିକଟରେ ବାର୍ଥଡେ କେକ୍ ଖାଇ ନାବାଳିକାର ଜୀବନ ଚାଲିଯାଇଥିଲା । ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସେହି ଦୋକାନରେ ପହଞ୍ଚି ଥିଲେ । ପରେ ଘଟଣାର ଅନୁସନ୍ଧାନ କରି ଜଣାପଡିଥିଲା ଯେ ଝିଅକୁ ଦିଆଯାଇଥିବା ଚକୋଲେଟ୍ ର ଏକ୍ସପାରି ଡେଟ୍ ସରିଯାଇଛି ।

ସୂଚନା ମୁତାବକ, କୁନି ଝିଅଟି ନିଜ ପରିବାର ସହ ପଟିଆଲାରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା । ଏଠାରୁ ଫେରିବା ସମୟରେ ତାଙ୍କ ସମ୍ପର୍କୀୟ ଝିଅଟିକୁ ଏକ ଗିଫ୍ଟ ପ୍ୟାକ୍ ଦେଇଥିଲେ । ଏଥିରେ କୁରକୁରେ, ଜୁସ୍ ବ୍ୟତୀତ କିଛି ଚକୋଲେଟ୍ ମଧ୍ୟ ଥିଲା । ଘରକୁ ଯାଇ ଦେଢ଼ ବର୍ଷର ଛୁଆଟି ଗିଫ୍ଟରେ ମିଳିଥିବା ଚକୋଲେଟ୍ ଖାଇଥିଲା । କେବଳ ସେ ନୁହେଁ ତା’ ସହ ଜଣେ ୨୨ ବର୍ଷୀୟ ଯୁବତୀ ମଧ୍ୟ ଉକ୍ତ ଚକୋଲେଟ୍ ଖାଇଥିଲେ । ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଛୋଟ ଝିଅଟି ରକ୍ତ ବାନ୍ତି କରିବାକୁ ଲାଗିଥିଲା । ଏହାପରେ ତାକୁ ତୁରନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦୋକାନରେ ପହଁଚି ଥିଲା ।ଅନୁସନ୍ଧାନ ରୁ ଉକ୍ତ ଚକୋଲେଟ୍ ଏକ୍ସପାଏରୀ ହୋଇଯାଇଥିବା ସାମ୍ନାକୁ ଆସିଛି ।

Advertisement

ଏହାପରେ ସ୍ୱାସ୍ଥ୍ୟବିଭାଗ ଟିମ ଦୋକାନର ସମସ୍ତ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା । ପୋଲିସ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରି ମାମଲାର ତଦନ୍ତ ଆରମ୍ଭ କରିଛି । ମିଆଦ ପୂର୍ଣ୍ଣ ସାମଗ୍ରୀ ବିକ୍ରୟ ପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

କିଛି ଦିନ ପୂର୍ବରୁ ପଟିଆଲାରେ ୧୧ ବର୍ଷର ଝିଅ ମାଧବୀ ଜୋମାଟୋରୁ ଅନଲାଇନରେ ଜନ୍ମଦିନର କେକ୍ ଅର୍ଡର କରିଥିଲେ । ଏହାକୁ ଖାଇବା ପରେ ମାଧବୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଏହାପରେ ତାଙ୍କର ମୃତ୍ୟ ହୋଇଥିଲା । ଅନୁସନ୍ଧାନ ପରେ ଜଣାପଡିଛି ଯେ ଯେଉଁ ବେକେରୀରୁ ଅନ୍ଲାଇନ୍ ରେ କେକ୍ ଅର୍ଡର କରାଯାଇଥିଲା ତାହା ପ୍ରକୃତରେ ନାହିଁ । ଅନ୍ୟ କେତେକ ବେକେରୀ ଏକ ନକଲି ଫାର୍ମ ସୃଷ୍ଟି କରି ଏପରି କରୁଛନ୍ତି । ଏହି କେକ୍ମଟି ମଧ୍ୟ ବାସି ଥିଲା ଯେଉଁ କାରଣ ପାଇଁ ମାଧବୀ ର ମୃତ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *