Pratidin TV

Odisha's Digital News Platform

ପୁଲୱାମାରେ ପୁଣି ଆକ୍ରମଣ : ସହିଦ ହେଲେ ଭାରତୀୟ ଜବାନ

1 min read

ନୂଆଦିଲ୍ଲୀ : ଲଗାତର ଭାବେ ଆକ୍ରମଣ ହୋଇଚାଲିଛି ଭାରତୀୟ ସେନା ଉପରେ । ତେବେ ଦୁଇଦିନ ତଳେ ଜାମ୍ମୁ-କାଶ୍ମୀର ବଡର ଉପରେ ପାକ୍ ତରଫରୁ ଷଡଯନ୍ତ୍ର କାରୀ ଡ୍ରୋନ ଉଡିବାର ସୂଚନା ପରେ । ଆଜି ପୁଣି ଥରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଘଟଣାଟି ଦକ୍ଷିଣ କାଶ୍ମୀର ପୁଲୱାମାର ଗୋଙ୍ଗୁ କ୍ରସିଙ୍ଗ ଅଞ୍ଚଳରେ ଘଟିଛି ।ସ୍ଥାନୀୟ ପୋଲିସ ଏବଂ ସିଆରପିଏଫର ଯବାନମାନେ ଚେକପୋଷ୍ଟରେ ଚେକିଂ କରିବା ସମୟରେ କ୍ରସିଂ ପାଖରେ ଥିବା ସେଓ ବଗିଚାରୁ ହଠାତ୍ ଗୁଳିମାଡ କରିଥିଲେ ଆତଙ୍କବାଦୀ ।

ଏହାର ପ୍ରତିଉତ୍ତରରେ ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳିଚଳାଇଥିଲେ ।ତେବେ ଏହି ଆକ୍ରମଣରେ ସିଆରପିଏଫ୍ ଏଏସ୍‌ଆଇ ଭିନୋଦ କୁମାର ଗୁରୁତର ଆହାତ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଇଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେନାମୁଖ୍ୟଙ୍କ ସୂଚନା ଅନୁଯାୟୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଞ୍ଚଳଟିକୁ ଘେରାବନ୍ଦୀ କରାଯାଇ କଡା ଯାଞ୍ଚ ଚାଲିଛି ।

Leave a Reply

Your email address will not be published. Required fields are marked *