ଦିନେ ମୋଦିଙ୍କୁ ଦେଉଥିଲେ ସୁରକ୍ଷା, ଏବେ ବିଗବସ ରେ କରିବେ ଏଣ୍ଟ୍ରି !
1 min readସଲମାନ ଖାନଙ୍କ ବିଗବସ ୧୮ ଶୋ ବହୁତ ଟ୍ରେଣ୍ଡ ରେ ରହିଛି | କାରଣ ଏହି ରିଆଲିଟି ଶୋରେ ଟିଭି ତାରକାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ତାରକା ମଧ୍ୟ ଆସିଥିବାର ଦେଖିବାକୁ ମିଳିଥାଏ | ଯାହା ପ୍ରଶଂସକଙ୍କୁ ପ୍ରତିଦିନ ଏଣ୍ଟରଟେନ କରୁଥାନ୍ତି | ଏହାସହ ସେମାନଙ୍କ ସାଧାରଣ ଜୀବନ ତଥା ବ୍ୟକ୍ତିଗତ ଜୀବନ କିପରି ଦିନଠାରୁ ରାତି ପର୍ଯ୍ୟନ୍ତ ଚାଲିଥାଏ ତାହା ମଧ୍ୟ ପ୍ରଶଂସକ ଜାଣିପାରିଥାନ୍ତି | ତେବେ ରପରି ବହୁତ କଳାକାର ଥାନ୍ତି ଯେଉଁମାନେ ବିଗବସରେ ଆସିବାକୁ ପସନ୍ଦ କରିଥାନ୍ତି , କିନ୍ତୁ ବହୁ କଳାକାର ଆସିବାକୁ ରାଜି ହୋଇନଥାନ୍ତି | ତା’ର କାରଣ ହେଉଛି ବ୍ୟକ୍ତିଗତ ଜୀବନ ଏବଂ ଝଗଡା କକରିବାକୁ ପସନ୍ଦ କରିନଥାନ୍ତି | ତେବେ ଏହାରି ମଧ୍ୟରେ ବିଗବସ ୧୮ କୁ ନେଇ ଆସିଛି ବଡ ଖବର | ତେବେ ବିଗବସ ୧୮ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡିଗାର୍ଡକୁ ଆସିବକୁ ଅଫର କରାଯାଇଥିଲା | କିନ୍ତୁ ସେ ଏଥିରେ ଅମଙ୍ଗ ହୋଇଥିବା ଏକ ସାକ୍ଷାତକାରରେ କହିଥିଲେ |
ତେବେ ଲକି ଏକ ସାକ୍ଷାତକାରରେ କହିଥିଲେ, ଜଣେ ର’ ଏଜେଣ୍ଟ ଭାବରେ କାର୍ଯ୍ୟ କରିବା ପରେ ଆମ ଜୀବନ ଅତି ସିକ୍ରେଟ ଏବଂ ମିଷ୍ଟ୍ରି ପରି ରହିଥାଏ | ତେଣୁ ଆମେ ଏମିତି ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କ ଆଗରେ ପରିବେଷଣ କରିପାରିବୁ ନାହିଁ | ଆମେ ଏପରି ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କ ଆଗରେ ଏପରି ରଖିବାର ଅନୁମତି ନାହିଁ | ଆମର ପ୍ରଟୋକଲ ଆମକୁ ଏହା କରିବାକୁ ଅନୁମତି ଦେଇନଥାଏ | ବିଗବସ ୧୮ରେ ଆସିବାକୁ ମତେ ବହୁତ ଟଙ୍କା ଅଫର କରାଯାଇଛି | ହେଲେ ଏହାପ୍ରତି ଆମର କୌଣସି ଆଗ୍ରହ ନଥିବା କହିଥିଲେ |
ତେବେ ବଡିଗାର୍ଡ ଜଣକ ହେଉଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ଦେହରକ୍ଷୀ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଲକି ବିଷ୍ଟ । ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଏହି ଦାୟିତ୍ୱରେ ରହିଥିଲେ | ମାତ୍ର ୧୬ ବର୍ଷ ବୟସରେ ର ‘ ସହ ଯୋଡି ହୋଇଥିବା ଲକି ୨୦୦୯ରେ ତାଙ୍କ ସର୍ବଶ୍ରେଷ୍ଠ ସିଏନଜି କମାଣ୍ଡୋର ମାନ୍ୟତା ପାଇଥିଲେ | ଏହାସହ ସେ ର’ ରେ ଥିବା ସମୟରେ ଏକ ଡବଲ ମର୍ଡର ଯୋଗୁଁ ଜେଲ ଯାଇଥିଲେ | କିନ୍ତୁ ପ୍ରମାଣ ଅଭାବ ଯୋଗୁଁ ତାଙ୍କୁ ୨0୧୮ ମସିହାରେ ମୁକ୍ତ କରଯାଇଥିଲା | ପରେ ୨0୧୯ ମସିହାରେ ଚାକିରିରୁ ଅବସର ନେବା ପରେ ବର୍ତ୍ତମାନ ସ୍ସେ ଫିଲ୍ମ ଡାଇରେକ୍ଟ ଏବଂ ସ୍କ୍ରିପ୍ଟ ରାଇଟର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି |