Pratidin TV

Odisha's Digital News Platform

ବିଲେଇ ପାଇଁ କୂଅକୁ ଡେଇଁଲେ ୩ଜଣ, ହେଲେ ଜୀବିତ ଫେରିଲେ ୨ ଜଣ ଆଖିବୁଜିଲା ଜଣେ..

1 min read

ଭୁବନେଶ୍ୱର: କୂଅରେ ଖସି ପଡିଲା ବିଲେଇ । ତାକୁ ଉଦ୍ଧାର କରିବା ପାଇଁ ଆଗପଛ ହୋଇ କୂଅ ଡେଇଁଲେ ୩ଜଣ ବ୍ୟକ୍ତି । ତେବେ ବିଲେଇ ଉଦ୍ଧାର ହୋଇଥିବା ବେଳେ କୂଅକୁ ଡେଇଁ ୨ଜଣଙ୍କ ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଘଟିଛି । ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ । ହେଲେ କୂଅ ଭିତରେ ଚାଲିଗଲା ଜଣକ ଜୀବନ । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାର ଶିବରାମ ସାହୁ । ସେ ଜଣେ ଆଇସ୍‌କ୍ରିମ୍ ବେପାରୀ । ସୂଚନା ମୁତାବକ, ପଟିଆ ଷ୍ଟେସନ ନିକଟରେ ଗୋଟିଏ ବିଲେଇ କୂଅ ଭିତରେ ପଡ଼ି ଯାଇଥିଲା । ଏହା ଦେଖି ଘର ମାଲିକ ବିଲେଇକୁ ବାଲ୍ଟିି ଓ ରଶି ଜରିଆରେ କୂଅରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ । ଠିକ୍ ସେହି ସମୟରେ ଆଇସିକ୍ରିମ ବ୍ୟବସାୟ କରୁଥିବା ଶିବରାମ ସାହୁ ଘଟଣାସ୍ଥଳକୁ ଆସି ବିଲେଇକୁ ଉଦ୍ଧାର କରିଦେବେ ବୋଲି କହିଥିଲେ ।

ଏହା ପରେ ସେ ପାଇଁ କୂଅ ଭିତରକୁ ଡିଆଁ ମାରିଥିଲେ । ହେଲେ ଦୀର୍ଘ ସମୟ ଧରି କୂଅରୁ ବାହାରିନଥିଲେ । ଶିବରାମଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପଛରେ ଶଙ୍କର ଦାସ ନାମକ ଜଣେ ଯୁବକ କୂଅ ଭିତରକୁ ଯାଇଥିଲେ । ହେଲେ ସେ ମଧ୍ୟ ବାହାରି ପାରିନଥିଲେ । ତା’ପରେ ଶିବରାମଙ୍କ ବଡ଼ ଭାଇ ଭଜରାମ ସାହୁ କୂଅ ଭିତରକୁ ଯାଇଥିଲେ । ଦୀର୍ଘ ସମୟ ଧରି ପାଣି ଭିତରେ ସାନ ଭାଇକୁ ଖୋଜିଥିଲେ । ମାତ୍ର ପାଇନଥିଲେ । ଭଜରାମ ଶଙ୍କରଙ୍କୁ ଉଦ୍ଦାର କରିଥିବା ବେଳେ ନିଜ ଭାଇକୁ ପାଇ ନଥିଲେ । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସେମାନେ ଆସି କୂଅ ଭିତରୁ ଶିବରାମଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *