Pratidin TV

Odisha's Digital News Platform

ରାସ୍ତାକଡରେ ଓଲଟିଲା ବସ୍ : ୩୦ ଆହାତ ୧ ମୃତ

ରାୟଗଡା : ଗତକାଲି ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଚାଂୟତ ହାଡିଖମ୍ବା ଗାଁ ନିକଟରେ ଯାତ୍ରୀବାହି ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସଟି ପାରଳାଖେମୁଣ୍ଡିରୁ ଉମରକୋଟ ଅଭିମୁଖେ ଆସୁଥିବା ସମୟରେ ରାତି ପ୍ରାୟ ୧୨ ଟାରେ ରାସ୍ତାକଡରେ ଓଲଟିଯାଇଥିଲା ।

ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ ସେଥରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୪ ଜଣ ଗୁରୁତର ଆହତ ଥିଲେ ।ଘଟଣା ସ୍ଥଳରେ ପୋଲିସ୍ ଓ ଅଗ୍ନିବାହୀ ଟିମ୍ ପହଚିଂ ସମସ୍ତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମୃତକ ମହିଳା ଜଣକଙ୍କ ଘର ପାରଳାଖେମୁଣ୍ଡିର ବୋଲି ସୂଚନା ମିଳୁଛି ।ସେ ଜଣେ ଶିକ୍ଷୟତ୍ରୀ ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *