Pratidin TV

Odisha's Digital News Platform

ଜାଲ ନୋଟ କାରବାରରେ ଲେଡି ମାଷ୍ଟର ମାଇଣ୍ଡ , ମହିଳାଙ୍କ ସହ ୭ ଜଣଙ୍କୁ ବାନ୍ଦିଲା ପୋଲିସ..

ମୟୁରଭଞ୍ଜ : ମୟୂରଭଞ୍ଜରେ ଜାଲନୋଟ କାରବାର ଚେର ଆଜି ପୋଲିସ ହାତରେ ଲାଗିଛି। ଜାଲନୋଟ୍ କାରବାରରେ ୭ ଜଣ ଗିରଫ କରିଛି ପୋଲିସ ଏହା ସହିତ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଲା ପୋଲିସ୍ ଏକ ଅପହରଣ ମାମଲାର ତଦନ୍ତ କରୁଥିବା ବେଳେ ସନ୍ଦେହକୁ ଆସିଥିଲା ଜାଲ ନୋଟ କାରବାର ଘଟଣା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ବଡ଼ସାହି ଅଞ୍ଚଳର ।

ସୂଚନା ଅନୁସାରେ ରଙ୍ଗାମାଟିଆ ଅଞ୍ଚଳର ରାଜେନ୍ଦ୍ର ବେହେରାକୁ ଅପହରଣ କରାଯାଇଥିବାର ଅଭିଯୋଗ କରିଥିଲେ ତାଙ୍କ ବାପା । ଘଟଣାର ତଦନ୍ତ କରି ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା।ପରେ ଜାଲ ନୋଟ କାରବାର କଥା ସାମ୍ନାକୁ ଆସିଥିଲା। ରାଜେନ୍ଦ୍ର ବେହେରା କିଛି ଲୋକଙ୍କ ଠାରୁ ୩ଲକ୍ଷ ଟଙ୍କା ନେଇ କିଛି ଦିନ ପରେ ୧୦ଲକ୍ଷ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ରାଜେନ୍ଦ୍ର ସେହି ବ୍ୟକ୍ତିଙ୍କୁ ଜାଲ ନୋଟ ଦେଇଥିଲେ ।

ତେବେ ଟଙ୍କା ସବୁ ଜାଲ୍ ଜଣାପଡ଼ିବା ପରେ ସେମାନେ ରାଜେନ୍ଦ୍ରକୁ ଅପହରଣ କରିଥିଲେ। ଜାଲ ନୋଟ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗୋଟିଏ ବାଇକ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କୋର୍ପିଓ ଗାଡ଼ି ସମେତ ୩ ବିଡ଼ା ନକଲି ନୋଟ ଓ ୩ ଟି ମୋବାଇଲ ଜବତ କରାଯାଇଛି।ତେବେ ଜାଲ ନୋଟ କାରବାର ରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ନେଇ ସଦର ପୋଲିସ ଆରକ୍ଷୀ ଅଧିକ୍ଷକ ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *