Pratidin TV

Odisha's Digital News Platform

(ଭିଡିଓ)ସଂଯୋଗ ନା ସାଜିସ୍ : ଓଡିଶାରେ ପୁଣି ଜଣେ ଋଷିୟ ନାଗରିକଙ୍କ ମୃତ୍ୟୁ , ପାରାଦ୍ୱୀପ ବନ୍ଧରରେ ଥିଲେ ଇଞ୍ଜିନିୟର..

ପାରାଦ୍ୱୀପ: ଓଡିଶା ଉପରେ ଋଷିୟ ମୃତ୍ୟୁ ଲାଞ୍ଝନା । ରାଜ୍ୟରୁ ଦୁଇ ଦୁଇଟି ଋଷିୟଙ୍କ ମୃତ୍ୟୁ ଉପରୁ ପରଦା ନ ଉଠୁଣୁ ଏବେ ପୁଣି ଜଣେ ଋଷିୟଙ୍କ ମୃତ୍ୟୁ ଘଟଣାକୁ ସନ୍ଦେହ ଘେରକୁ ଟାଣୁଛି । ଏହା କୌଣସି ସଂଯୋଗ ନା କାହ ସାଜିସ୍ ।

ମିିଳିଥିବା ସୂଚନା ଅନୁଯାୟୀ ପାରାଦ୍ୱୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଏହି ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତ ରୁଷୀୟ ନାଗରିକ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ ବୋଲି ଜଣାଯାଇଛି। ତାଙ୍କ ନା ୟାକୁବ୍ ସର୍ଜଇ । ସୋମବାର ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣାପଡିଛି । କିନ୍ତୁ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ଫଷ୍ଟ ଭାବେ ଜଣାପଡିନାହିଁ । ଅନ୍ୟପଟେ ପୋର୍ଟର କତ୍ତୃପକ୍ଷ ଏ ବାବଦରେ କୌନସି ପ୍ରକାରର ମୁହଁ ଫିଟାଉ ନାହନ୍ତି ।

ତେବେ ପୋଲିସ ଉପସ୍ଥିତିରେ ୟାକୁବ୍‌ଙ୍କ ମୃତଶରୀରକୁ ଜାହାଜ ମଧ୍ୟରୁ ପାରାଦ୍ୱୀପ ପୋର୍ଟ ହସ୍ପିଟାଲକୁ ଅଣାଯାଇଛି । ପୋଲିସ ଶବବ୍ୟବଚ୍ଛେଦ ପରେ ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *