Pratidin TV

Odisha's Digital News Platform

ଆଜବେଷ୍ଟ ତାଡି ୩୦ଲକ୍ଷ ଟଙ୍କା, ସୁନା ଅଳଙ୍କାର ସହ ସ୍ତ୍ରୀ କୁ ଉଠାଇ ନେଲା ପ୍ରେମିକ

ପୁରୀ ; ରାତି ଅଧରେ ଘରୁ ୩୦ଲକ୍ଷ ଟଙ୍କା, ସୁନା ଗହଣା ସହ ସ୍ତ୍ରୀ କୁ ଉଠାଇ ନେଲା ପ୍ରେମିକ । ଖାଲି ଉଠାଇଲାନି ସ୍ବାମୀ ଓ ପରିବାର ସଦସ୍ୟ ଶୋଇଥିବା ବେଳେ ଘର ବାହାର ପଟୁ ବନ୍ଦ କରି ଫେରାର୍ ହୋଇଯାଇଥିଲା ପ୍ରେମିକ ଛବି ମହାନ୍ତି । ଏନେ ଥାନାରେ ଅପହରଣ ଅଭିଯୋଗ ଆଣିଛନ୍ତି ସ୍ବାମୀ ।

ପ୍ରେମିକ

ଘଟଣାଟି ଗତ ଦୁଇ ମାସ ତଳେ ପିପିିଲି ଗାଁ ପଡ଼ା ର କାଙ୍ଗୁ ଭଟ୍ଟ ଙ୍କ ଘରେ ଘଟିଥିବା ବେଳେ ଆଜି ପିପିିଲି ଶୁଭମ୍ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ତ୍ରୀ ଫେରିଆସିବାକୁ କାଙ୍ଗୁ ଅନୁରୋଧ କରିଛନ୍ତି। କାରଣ କାଙ୍ଗୁ ତାଙ୍କ ସ୍ତ୍ରୀ କୁ ଭଲପାଇ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ଏବେ ୬ମାସର ଗର୍ଭବତୀ ଥିବା ବେଳେ ସେନେଇ ସେ ବ୍ୟତିବ୍ୟସ୍ତ ହୋଇ ଭୋ ଭୋ ହୋଇ କାନ୍ଦି ପକାଇ ସ୍ତ୍ରୀ ଫେରିଆସିବାକୁ ସେ ନିବେଦନ କରିଛନ୍ତି। ଏପଟେ କାଙ୍ଗୁଙ୍କ ଅଭିଯୋଗ କ୍ରମେ ପିପିଲି ଥାନା ରେ ଏକ ନିଖୋଜ ମାମଲା ୧୯/୨୪ ରେ ରୁଜ କରାଯାଇ ତଦନ୍ତ ଚଳାଉଥିବା ପିପିଲି ଥାନା ଅଧକାରୀ ଦୀପକ୍ କୁମାର ଖଣ୍ଡାୟତରାୟ କହିଛନ୍ତି।

ସୂଚନା ଅନୁସାରେ ପିପିିଲି ନିକଟ ଓରକଳ ଗାଁ ପଡା ସ୍ଥିତ କାଙ୍ଗୁ ଭଟ୍ଟ ବୋଲଗଡ ଅଂଚଳର ଜନୈକା ଝିଅ କୁ ଗତ ଦୁଇ ବର୍ଷ ହେବ ଭଲପାଇ ବିବାହ କରିଥିଲେ । ସବୁକିଛି ଠିକଠାକ ଚାଲିଥିଲା। ଗତ ମାର୍ଚ୍ଚ ମାସ ୩୦ ତାରିଖ ମଧ୍ୟ ରାତ୍ରିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳର ଛବି ମହାନ୍ତି କାଙ୍ଗୁ ଭଟ୍ଟ ଙ୍କ ସ୍ତ୍ରୀ ସହ ନଗଦ ଜମି ବିକ୍ରି ର ୩୦ଲକ୍ଷ ଟଙ୍କା ଓ ଘରର ସମସ୍ତ ସୁନାଗହଣା କୁ ନେଇ ପଳାଇଛି । ଏ ଘଟଣା ର ସିସିଟିଭି ଫୁଟେଜ ସହ ସବୁଆଡେ ଖୋଜ ଖବର ନେବାରେ ସେ ଇଂଷ୍ଟାଗ୍ରାମ ରେ ସମ୍ପର୍କ ରଖିଥିବା ନୟାଗଡ଼ ଇଟାମାଟି ଥାନା ଅଂଚଳର ଛବି ମହାନ୍ତି ତାଙ୍କ ସ୍ତ୍ରୀ କୁ ନେଇଯାଇଥିବା ଜାଣିବାକୁ ପାଇଥିଲେ କାଙ୍ଗୁ । କାରଣ ଏହି ଘଟଣା ପୁର୍ବରୁ ତାଙ୍କ ସ୍ତ୍ରୀ ତାର ବାପ ଘରକୁ ବୁଲିବାକୁ ଯାଇ ସେଠାରେ ଉକ୍ତ ଛବି ମହାନ୍ତି ଓ ତାଙ୍କର ସାଙ୍ଗ ମାନଙ୍କ ସହ ମିଶି ବନ୍ଧୁମିଳନ ଭୋଜି କରିଥିଲେ ।

ସେଠାରେ ଛବି ମହାନ୍ତି ତାଙ୍କ ସ୍ତ୍ରୀ ସହ ମୋବାଇଲ ରେ ଫଟୋ ଉଠାଇଥିଲେ ଏବଂ ସେହି ଫଟୋ କୁ ଦେଖାଇ ତାଙ୍କ ସ୍ତ୍ରୀ କୁ ବାରମ୍ବାର ବ୍ଲାକ ମେଲ କରିଆସୁଥିବା ନେଇ ସେ ତାର ଫୋନ ପେ ଟ୍ରାଞ୍ଜାକସନରୁ ଜାଣିବାକୁ ପାଇଥିଲେ । ଏହାକୁ ନେଇ କାଙ୍ଗୁ ପିପିଲି ଥାନା ରେ ଅଭିଯୋଗ କରିଥିବା ବେଳେ ବିଭିନ୍ନ ତଥ୍ୟ ପ୍ରମାଣ ଦେଇଥିଲେ ମଧ୍ୟ ପୋଲିସ ଅପରାଧୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ ଅଭିଯୋଗ କରିଛନ୍ତି । କୌଣସି ନ୍ୟାୟ ନ ପାଇବାରୁ ସେ ପୁରୀ ଏସପି ଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଫେରି ଆସିବାକୁ କାଙ୍ଗୁ ଆଜି ସାମ୍ବାଦିକ ସମ୍ମିଳନୀ ରେ ଅନୁରୋଧ କରି ଅପହରଣକାରୀ ଛବି ମହାନ୍ତି ଓ ସହଯୋଗୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଉକ୍ତ ୩୦ ଲକ୍ଷ ଟଙ୍କା ସୁନା ଅଳଙ୍କାର ଫେରସ୍ତ ପାଇଁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *