Pratidin TV

Odisha's Digital News Platform

ମା ସମ୍ମୁଖରେ ବାପା ଝିଅକୁ ହାଣିଲା ପ୍ରେମିକ ।

ଉଦଳା ; ଏକ ତରଫା ପ୍ରେମରୁ ଘରେ ପଶି ବାପ ଝିଅଙ୍କୁ ହାଣିଲା ରୋଡ୍ ରୋମିଓ । ଝିଅକୁ ଏକ ତରଫା ପ୍ରେମ କରୁଥିଲା , ପ୍ରେମ ନିବେଦନ ମଧ୍ୟ କରିଥିଲା କିନ୍ତୁ ସେ ଅସ୍ୱୀକାର କରିବାରୁ ଘରେ ପଶି ପ୍ରେମିକା ଓ ତା ବାପାଙ୍କୁ ହାଣିକା ଏକ ତରଫା ଆଶିକ୍ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଜଗନ୍ନାଥି ଗ୍ରାମରେ ।

ଉକ୍ତ ଗ୍ରାମର ନରେନ୍ଦ୍ର ବେହେରାଙ୍କ ଝିଅ ବିଶ୍ୱ ସୁମତି ବେହେରା କୁ ଏକତରଫା ପ୍ରେମ କରୁଥିଲେ ବାରିପଦା ତକତପୁର ଅଂଚଳର ଯୁବକ ସୌମ୍ୟ ସୁଜନ ପାଣି । ଅନେକଥର ପ୍ରେମ ନିବେଦନ କରି ହାର ମାନିଥିଲା ସୌମ୍ୟ ଆଉ ଶେଷରେ ନିରାଶ ହୋଇ ସୁଯୋଗ ଦେଖି ପଶିଥିଲା ନରେନ୍ଦ୍ରଙ୍କ ଘରେ ।

ଗତକାଲି ନରେନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ପ୍ରଗତି ବେହେରାଙ୍କ ନିମନ୍ତେ ଔଷଧ ଆଣି ଘରେ ପହଂଚିବାର କିଛି ସମୟ ପରେ ହଠାତ ସୌମ୍ୟ ତାଙ୍କ ଘର ଭିତରେ ପଶି ଝିଅକୁ କଣ ପାଇଁ ଘରେ ରଖିଛ କହି ମା ପ୍ରଗତିଙ୍କ ସମ୍ମୁଖରେ ବାପା ଏବଂ ଝିଅକୁ ଭୁଜାଲିରେ ହାଣିଥିଲା । ଉକ୍ତ ଯୁବକ ଜଣକ ସହିତ ଅନ୍ୟ ଦୁଇ ଜଣ ଯୁବକ ଆସିଥିବା ବେଳେ ସେମାନେ ଘର ବାହାରେ ଛିଡା ହୋଇଥିଲେ । ଭୁଜାଲିରେ ହାଣିବା ପରେ ପ୍ରେମିକ ସୌମ୍ୟ ସେଠାରୁ ଫେରାର ହୋଇଯାଇଥିଲା ଗୁରୁତର ଅବସ୍ଥାରେ ଉଭୟ ବାପା ଏବଂ ଝିଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ କରିଥିବା ଯୁବକ ଜଣକ ତାଙ୍କ ଝିଅ କୁ ଏକ ତରଫା ପ୍ରେମ କରିବା ସହିତ ଅନେକ ଥର ପ୍ରେମ ନିବେଦନ କରି ବିଫଳ ହୋଇଥିବା କହିଛନ୍ତି ଝିଅର ମା । ଉଭୟ ବାପା ଏବଂ ଝିଅ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *