Pratidin TV

Odisha's Digital News Platform

ଏପରି ଏକ ମଦିର , ଯେଉଁଠି ଭକ୍ତଙ୍କୁ ପ୍ରସାଦ ରେ ଟଙ୍କା ସୁନା ଅଳଙ୍କାର..

ଭାରତରେ ଅନେକ ମନ୍ଦିର ଭରି ରହିଛି । ଏଠାରେ ପ୍ରତି କୋଣ ଅନୁକୋଣରେ ମନ୍ଦିର ଦେଖିବାକୁ ମିଳିଥାଏ । ଏମିତିରେ ଅନେକ ମନ୍ଦିର ରହିଛି, ଯାହା ଲୋକଙ୍କୁ ଚମତ୍କାରୀ ଏବଂ ରହସ୍ୟମୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ ଜଣାଇବୁ, ଯାହାକୁ ଆପଣ ରହସ୍ୟ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ । ଏହାର କାରଣ ମଧ୍ୟ କିଛି ଭିନ୍ନ । ତେବେ ଏହି ମନ୍ଦିରରେ ପ୍ରସାଦ ରେ ମିଳେ ଟଙ୍କା ସୁନା ଅଳଙ୍କାର । ଯେଉଁଠାରେ ସ୍ୱୟଂ ମା’ ଲକ୍ଷ୍ମୀ ବାସ କରୁଛନ୍ତି । ଏହି ମନ୍ଦିରର ଉତ୍ସବ ସମୟରେ ମନ୍ଦିରକୁ ଫୁଲରେ ନୁହେଁ ବରଂ ଟଙ୍କା ଓ ସୁନାଗହଣାରେ ସଜା ଯାଏ । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାରେ ଭକ୍ତ ମାନଙ୍କୁ ପ୍ରସାଦ ସ୍ୱରୁପ ଟଙ୍କା ଓ ସୁନାଗହଣା ପ୍ରଦାନ କରାଯାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ମନ୍ଦିରର ପରମ୍ପରା ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅଛି ମା’ ଲକ୍ଷ୍ମୀଙ୍କର ଏକ ଭବ୍ୟ ମନ୍ଦିର । ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନା, ଗହଣା ଦିଆଯାଇଥାଏ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବେ ବି ସତ । ତେବେ ଏଠାରୁ ପ୍ରସାଦ ଆକାରରେ ପାଇଥିବା ଅଳଙ୍କାରକୁ ମଧ୍ୟ ଲୋକେ ବ୍ୟବହାର ନକରି ଘରେ ସାଇତି ରଖିଥାନ୍ତି । ଘରେ ଏହାକୁ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଖାସ କରି ଦୀପାବଳି, ଧନତେରାସରେ ଏଠାରେ ପାଞ୍ଚଦିନ ଧରି ଉତ୍ସବ ପାଳନ କରାଯାଇଥାଏ । ଏହି ଦିନମାନଙ୍କରେ ମା’ଙ୍କ ମନ୍ଦିରକୁ ଫୁଲରେ ନସଜେଇ ଭକ୍ତମାନେ ଦାନ କରିଥିବା ବିଭିନ୍ନ ଟଙ୍କା ଓ ସୁନାଗହଣାରେ ସଜା ଯାଇଥାଏ । ଏଥିସହ ଏହି ଦିନମାନଙ୍କରେ ମନ୍ଦିରରେ କୁବେର ଦରବାର ବୋଲି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥାଏ । ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନାଗହଣା ଓ ଅଳଙ୍କାରମାନ ପ୍ରଦାନ କରାଯାଇଥାଏ । ପୂର୍ବରୁ ରାଜା ରାଜ୍ୟର ଉନ୍ନତି ପାଇଁ ମନ୍ଦିରକୁ ବିଭିନ୍ନ ପ୍ରକାର ଅଳଙ୍କାର ଓ ସୁନାଗହଣା ଆଦି ଦାନ କରୁଥିଲେ । ଯାହା ବର୍ତ୍ତମାନ ସେହି ଅଞ୍ଚଳର ସାଧାରଣ ଲୋକ କରୁଛନ୍ତି । ଦୀପାବଳୀ ଦିନ ମାଙ୍କ ମନ୍ଦିର ଭକ୍ତମାନଙ୍କପାଇଁ ୨୪ଘଣ୍ଟା ଖୋଲା ରହିଥାଏ ।

Leave a Reply

Your email address will not be published. Required fields are marked *