Pratidin TV

Odisha's Digital News Platform

ରାଜଧାନୀରେ ପୁଣି ପ୍ରେମ ନେଲା ମୁଣ୍ଡ , ସ୍ତ୍ରୀକୁ ଏକତରଫା ପ୍ରେମ କରି ସ୍ୱାମୀର ଜୀବନ ନେଇଗଲା ପ୍ରେମିକ ।

1 min read

ଭୁବନେଶ୍ୱର ; ରାଜଧାନୀରେ ପୁଣି ଗଡିଲା ମୁଣ୍ଡ । ପ୍ରେମ ବ୍ୟାପରକୁ ନେଇ ଅଞ୍ଜନ ପରେ ଏବେ ଅକ୍ଷୟଙ୍କ ଜୀବନ ଗଲା । ଅକ୍ଷୟଙ୍କ ସ୍ତ୍ରୀକୁ ଏକ ତରଫା ପ୍ରେମ କରି ଜୀବନ ନେଇଗଲା ପ୍ରେମିକ । ସୋମବାର ରାଜଧାନୀ ଉପକଣ୍ଠରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ।

ସୂଚନା ଅନୁଯାୟୀ ବାଲିପାଟଣା ଥାନା ମଝିହରା ମହଲା ସାହି ଗ୍ରାମର ଅକ୍ଷୟ ମାଝି କୁ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଦୁର୍ବୃଉ ମାନେ ଅକ୍ଷୟ ଙ୍କୁ ମାଡ ମାରି ନୂଆ ସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ଏହା ସହ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହ ରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଘଟଣାଟି ଏମିତିକି ନିକଟ ଗ୍ରାମର ଦିଲୁ ଅକ୍ଷୟଙ୍କ ସ୍ତ୍ରୀଙ୍କୁ ଏକ ତରଫା ପ୍ରେମ କରିବା ସହ ଏକ SMS ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇବା ପରେ ଦିଲୁ କୁ ପଚାରିଥିଲେ ଅଷୟ । ଏହା କୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା । ପରେ ଏ ଘଟଣାର ସମାଧାନ ହୋଇଥିଲା । ମାତ୍ର ଗତକାଲି ରାତ୍ରିରେ ଅଷୟଙ୍କ ରକ୍ତ ଜୁଡୁ ବୁଡୁ ଶରୀର ନୂଆ ସାହି ଗ୍ରାମରେ ପଡ଼ିଥିଲା ।

ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ରୁ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Leave a Reply

Your email address will not be published. Required fields are marked *