ମୋଦୀଙ୍କ ଆଦାନୀ ଅମ୍ବାନୀ ବୟାନ ପରେ , କଂଗ୍ରେସ କହିଲା ଦୋସ୍ତ ଦୋସ୍ତ ନା ରାହା ..
1 min readନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେବେ ଟଙ୍କା ଭିତରେ ଡିଲ୍ ହୋଇଛି ରାହୁଲ ଗାନ୍ଧିଙ୍କୁ ଏପରି ପ୍ରଶ୍ନ କରିବାପରେ ଜାତୀୟ ରାଜନୀତି ସରଗରମ ରହିଛି। ଯାହାକୁ ନେଇ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ବହୁ ବଡ ବଡ଼ ବ୍ୟକ୍ତିତ୍ୱ ଏ ସମ୍ପର୍କରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।
ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନାରେ ଏକ ରାଲିରେ ସମ୍ବୋଧିତ କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୫ ବର୍ଷ ଧରି ରାଜକୁମାର ଆଦାନୀ-ଅମ୍ବାନୀଙ୍କ ନାମ ନେଉଥିଲେ û କିନ୍ତୁ ନିର୍ବାଚନ ଆରମ୍ଭ ହେବା ଦିନଠାରୁ ସେ ଆଉ ସେମାନଙ୍କ ନାମ ନେଉନାହାନ୍ତି । ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେତେ ଟଙ୍କା ଭିତରେ ଡିଲ୍ ହୋଇଛି ବୋଲି ରାହୁଲ ଗାନ୍ଧିଙ୍କୁ ବୋଲି ପ୍ରଶ୍ନ କରିଥିଲେ ମୋଦି ।
ଏହାପରେ ଖଡ଼ଗେ ଟ୍ୱିଟ କରି ମୋଦି ଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ‘ସମୟ ବଦଳୁଛି । ଦୋସ୍ତ ଦୋସ୍ତ ନା ରାହା। ତିନି ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନିଜ ସାଙ୍ଗମାନଙ୍କୁ ହିଁ ଟାର୍ଗେଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୋଦିଜୀଙ୍କ ଆସନ ଏବେ ବିପଦରେ ଅଛି। ଖଡ଼ଗେ ଙ୍କ ପରି ଜୟରାମ ରମେଶ କହିଛନ୍ତି ପରାଜୟର ପୂର୍ବାନୁମାନ ହୋଇଛି, ପ୍ରଧାନମନ୍ତ୍ରୀ ଏବେ ନିଜ ଛାଇକୁ ଭୟ କରୁଛନ୍ତି ବୋଲି ଜୟରାମ ରମେଶ କହିଛନ୍ତି।