ମାର୍ଚ୍ଚ ମାସ ପ୍ରଥମରୁ…..ଖାଉଟିଙ୍କ ଆଖିରେ ପିଆଜ ଆଣିବାକୁ ଯାଉଛି ଲୁହ
1 min readପୁଣି କନ୍ଦାଇବ ପିଆଜ | ବଢିବାକୁ ଯାଉଛି ଦର , ରୋଷେଇ ଘରେ ଆଉ ଦେଖିବାକୁ ମିଳିବନି ପିଆଜ | ମାର୍ଚ୍ଚ ମାସରୁ ବଢିବାକୁ ଯାଉଛି ପିଆଜ ଦର | ମାର୍ଚ୍ଚ ମାସରେ ଖାଲି ହେବାକୁ ଯାଉଛି ପକେଟ |କେନ୍ଦ୍ର ସରକାର ରପ୍ତାନି ଉପରେ କଟକଣା ଲଗାଇବା ଫଳରେ ରପ୍ତାନୀକାରୀମାନେ ଏଭଳି କରିଥିବାର ଆଶଙ୍କା ଅଛି | ମାଛ ମାସରେ ପୁଣି ପିଆଜ ଦର ବଢାଇବା ଯୋଗୁ ଲୋକେ ହୋଇପାରନ୍ତି କଲବଲ |
ବିଗିଡ଼ିଯିବ ସ୍ଥିତି | ରବି ଫସଲ ୩୦ ପ୍ରତିଶତ ହ୍ରାସ ପାଇବ | ସୂଚନା ଅନୁଯାୟୀ ମାର୍ଚ୍ଚ ପ୍ରଥମରୁ ବଢ଼ିଯିବ ଦରଦାମ | ଗତ ବର୍ଷ ମଧ୍ୟ ମୌସମୀ ଯୋଗୁଁ ଦେଶର ଅନ୍ୟାନ୍ୟ ଦେଶରେ ଉତ୍ପାଦାନକାରୀଙ୍କ ଉପରେ ଏହାର ପ୍ରଭାବ ପଡିଥିଲା | ଫଳରେ ପିଆଜ ଛଡା ଡାଲି ଚିନିଉପରେ ମଧ୍ୟ ପ୍ରଭାବ ପଡିଥିଲା | ପିଆଜ ରପ୍ତାନୀକାରୀ ଗୋଷ୍ଠୀ ଏକ ପତ୍ର ଜରିଆରେ କେନ୍ଦ୍ର ସରକାରଙ୍କୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଉତ୍ପାଦନ ୧୩ ପ୍ରତିଶତ କମିଯିବ ବୋଲି ଚେତାଇ ଦେଇଛନ୍ତି |
ସୋମବାର ସରକାରୀ ଅଧିକାରୀଙ୍କୁ ଭେଟିଥିବା ରପ୍ତାନିକାରୀମାନେ ଦାବି କରିଛନ୍ତି ଯେ 3୦୦,୦୦୦ ଟନ୍ ପିଆଜ ରପ୍ତାନିରେ ନାଶିକ୍ ଜିଲ୍ଲାର ବଜାରରେ ୩୫-୪୦ କିଲୋଗ୍ରାମ ଏବଂ ଅନ୍ୟ ଖୁଚୁରା ବଜାରରେ ୫୦-୬୦ କିଲୋଗ୍ରାମ ଟଙ୍କା ବୃଦ୍ଧି ପାଇବ।ରମଜାନ ପର୍ବର ଚାହିଦା ବଢିବ ସହ ଖରିଫ ଫସଲର ଆଗମନ ହ୍ରାସ ଏବଂ ରବି ଆଗମନରେ କିଛି ଫାଟ ଥିବାରୁ ମାର୍ଚ୍ଚ ଆରମ୍ଭରୁ ପିଆଜ ମୂଲ୍ୟ ଏବଂ ଚାହିଦା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରୁଛୁ ବୋଲି ରପ୍ତାନିକାରୀମାନେ କହିଛନ୍ତି।
ଏବେ ରପ୍ତାନୀକାରୀମନେ ସରକାରଙ୍କ ରୋକକୁ ହଟାଏ ଦେଇଛନ୍ତି | ତେଣୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ କମିଟି ଗଠନ କରି ରପ୍ତାନିକୁ ମଂଜୁର ଦେଇଛି | ଡେଡଲାଇନ ଶେଷ ହେବ ପୂର୍ବରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି | ୩ ଲକ୍ଷ ମେଟ୍ରିକ ଟନର ରପ୍ତାନିକୁ ମଞ୍ଜୁର ମିଳିଛି | କିଛି ଏଥିପାଇଁ ମାର୍ଚ୍ଚ ମାସରେ ସ୍ଥିତି ଭୟଙ୍କର ହୋଇପାରେ ବୋଲି ଆଶଙ୍କା ଅଛି |