Pratidin TV

Odisha's Digital News Platform

ପିଆଜ ଚାଷୀଙ୍କ ମୁଣ୍ଡରେ ଚଡକ ; ୬ କିଣି ୬୦ ବିକ୍ରି କରୁଛନ୍ତି ଦଲାଲ୍ ….

1 min read

କଳାହାଣ୍ଡି ; ଚିନ୍ତାରେ କଳାହାଣ୍ଡି ପିଆଜ ଚାଷୀ , ବୁଡିଛି ବେପାର । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ୍ ହେଉଛନ୍ତି ମାଲାମାଲ୍ , ଘାଟାରେ ପଡୁଛନ୍ତି ପିଆଜ ଚାଷୀ ।

କାରଣ ଅମଳ ଫସଲ ରଖିବାକୁ ଶୀତଳଭଣ୍ଡାର ନଥିବା ବେଳେ ବଜାର ବ୍ୟବସ୍ଥା ବି ନାହିଁ । ଯାହାର ଫାଇଦା ଉଠାଇ ଦଲାଲ୍ ମାନେ ଚାଷୀଙ୍କ ଠାରୁ କମ୍ ଦରରେ ପିଆଜ କିଣିନେଇ ତାର ୬ ଗୁଣା ଦାମରେ ବଜାରରେ ବିକ୍ରି କରୁଛନ୍ତି । କଳାହାଣ୍ଡିରେ ଶୀତଳ ଭଣ୍ଡାର ନଥିବାରୁ ଅମଳ ଫସଲ ନଷ୍ଟ ହେବା ଡରରେ ଅଭାବି ବିକ୍ରିର ଶୀକାର ହେଉଛନ୍ତି ଚାଷୀ । ଅମଳ ସମୟରେ ପିଆଜ କେଜି ପ୍ରତି ୬ଟଙ୍କାରେ ବେପାରୀ କିଣୁଥିବା ବେଳେ ବଜାରରେ ତାହା ୬୦ ରେ କିଣୁଛନ୍ତି ଲୋକେ ।

Advertisement

କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ନର୍ଲା , ଧର୍ମଗଡ ଆଦି ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ଜମିରେ ପିଆଜ ଚାଷ ହେଉଥିବା ବେଳେ ରାଜ୍ୟରେ ହୁ ହୁ ହୋଇ ବଢିଛି ପିଆର ଦର । ଏସବୁ ପାଇଂ ଦାୟୀ କିଏ ?କାହିଁକି ଚାଷୀଟିଏ ତୁଣ୍ଡ ଝାଳ ମୁଣ୍ଡରେ ମାରି ପରିଶ୍ରମ କରୁଥିବା ବେଳେ ତାକୁ ଉପଯୁକ୍ତ ମୂଲ୍ୟ ମିଳିପାରୁନାହିଁ । ଏପରି ଦଲାଲ୍ ବେପାରୀଙ୍କ ପ୍ରତି କାହିଁକି ପ୍ରଶାସନ କୌଣିସ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ । ଅନ୍ୟପଟେ ଓଡିଶା ଏକ ଚାଷ ବୋହୁଳ ରାଜ୍ୟ ହୋଇଥିବା ବେଳେ ସେଠାରେ ଶୀତଳଭଣ୍ଡାରର ଅବସ୍ଥା ନକହିଲେ ଚଳେ ଜିଲ୍ଲା ମାନଙ୍କରେ ମଧ୍ୟ ଶୀତଳ ଭଣ୍ଡାରର ସୁବିଧା ନାହିଁ । ମୋଟ ୩ ଟି ଶୀତଳ ଭଣ୍ଡାର ଥିବା ବେଳେ ସେଥିମଧ୍ୟରୁ ୨ ଟି ଅଚଳ ହୋଇ ପଡିଛି ।

Leave a Reply

Your email address will not be published. Required fields are marked *